ଭୁବନେଶ୍ୱର ୧୪।୦୧: ରାଜ୍ୟରେ ଶୀତ ସାମାନ୍ୟ କମିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି । ଶନିବାର ଜି ଉଦୟଗିରିରେ ରାତି ତାପମାତ୍ରା ୫.୨ ଡିଗ୍ରୀ ଥିଲା । ରବିବାର ଏହା ୭.୨ ଡିଗ୍ରୀକୁ ବଢ଼ିଛି । ରାଉରକେଲାରେ ୧୦ ଡିଗ୍ରୀରୁ ବଢ଼ି ୧୨ ଡିଗ୍ରୀରେ ପହଞ୍ଚିଛି । ୧୦ରୁ ଅଧିକ ସହରରେ ପାରଦ ୧୪ ଡିଗ୍ରୀରୁ ୧୬ ଡିଗ୍ରୀ ରହିଛି । ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ ସାମାନ୍ୟ କମିଛି । ଆସନ୍ତା ୪ ଦିନ ଯାଏ ଏଭଳି ସ୍ଥିତି ଜାରି ରହିବ । ଏହାପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଦିଲ୍ଲୀକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ ଚେହେରା, ମହିଳାଙ...
