ମହିଳା ଅତିରିକ୍ତ ତହସିଲଦାରଙ୍କୁ ନିର୍ଯାତନା ଦେଲେ, ମାମଲା ଥାନାକୁ ଗଲା ବୋଲି ନେଲେ ନିଷ୍ପତ୍ତି

NEWS7
weather-update-cold-wave-low

ଦିଗପହଣ୍ଡି ୦୭/୦୨: ସରକାରୀ ଡ୍ୟୁଟିରେ ଥିବା ଜଣେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ଜଣେ ପଞ୍ଚାୟତ ନିର୍ବାହୀ ଅଧକାରୀଙ୍କ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଥାନାରେ ମାମଲା ରୁଜୁ ହେବା ଜାଣିବା ପରେ ଅଭିଯୁକ୍ତ ପିଇଓ ବିଷପିଇ ଦେଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବ ପ୍ରଥମ ଦିନରେ । ଗତ ୩ ତାରିଖରେ ବେଳାଭୂମି ମହୋତ୍ସବ ଉଦ୍ଘାଟନ ଉତ୍ସବ ଅବସରରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଡ୍ୟୁଟିରେ ଥିଲେ । ଭିଡ଼ ଭିତରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି ।

also read..

ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ନିଲମ୍ବିତ, ଆସିନାହିଁ ତଦନ୍ତ ରିପୋର୍ଟ

ଉଚ୍ଚ ଅଧିକାରୀ ଓ ଥାନାରେ ଏନେଇ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି । ଗୋଳନ୍ଥରା ଥାନାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ ହୋଇଛି। ବିଭାଗୀୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ ପୀଡ଼ିତା ଅଭିଯୋଗ କରିବା ପରେ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ , ଘଟଣା ସମୟର ଭିଡିଓ ଫୁଟେଜ୍ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି।

ଅନ୍ୟପଟେ ଥାନାରୁ ଡକରା ପାଇ ପିଇଓ ଜଣକ ବିଷପିଇ ଦେଇଛନ୍ତି । ପରିବାର ତରଫରୁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ସେ ଆଇସିୟୁରେ ଅଛନ୍ତି । ୩ ଜଣିଆ ଡାକ୍ତରୀଦଳ ତାଙ୍କର ଚିକିତ୍ସା କରୁଛନ୍ତି । ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି ।