ବିତିଗଲାଣି ୨୪ ଘଣ୍ଟା, ମିଳୁନି ପତ୍ତା: କୋଳାହଳ ଘରେ ଏବେ ନିରବତାର କଳାବାଦଲ

NEWS7
weather-relaxation-in-odisha

ବଲାଙ୍ଗୀର ୨୩/୦୨: କୁଆଡେ ଗଲେ ରଶ୍ମୀ ? ବିତିଗଲାଣି ୨୪ ଘଣ୍ଟା । ଏଯାଏଁ ମିଳୁନି ନବ ବଧୂର ପତ୍ତା । ଯେଉଁ ଘରେ ଦିନକ ପୂର୍ବରୁ ଥିଲା କୋଳାହଳ । ଘରେ ଥିଲା ଉତ୍ସବର ମାହୋଲ । ସେହି ଘରେ ଏବେ ଦୁଃଖର କଳାବାଦଲ ଘେରି ରହିଛି । କାରଣ ବାହା ହୋଇ ଘରକୁ ଆସିଥାନ୍ତା ନବବବଧୂ । ବୋହୂକୁ ପାଛୋଟି ନେବାକୁ ଅନେଇ ବସିଥିଲେ ଘରଲୋକ । ହେଲେ କଣ ହେଲା କେଜାଣି, ଅଧାବାଟରୁ ଗାୟବ ହେଲା ନୂଆ ବୋହୂ ।

ବାଟରୁ ବନ୍ଧୁକ ଦେଖାଇ ନେଇଗଲା ପ୍ରେମିକ । ଶିଶୁପାଳ ହୋଇ ଥାନାରେ ଅଭିଯୋଗ କରିଛନ୍ତି ବର । ତେବେ ଏହି ଘଟଣାକୁ ୨୪ ଘଣ୍ଟା ବିତିଗଲେ ବି ନବ ବଧୂ କୁଆଡେ ଗଲେ ତାର ଖୋଜ ଖବର ପାଇ ନଥିବା ବେଳେ ତାଙ୍କୁ ଫେରାର ମାରିଥିବା ବ୍ୟକ୍ତି ମାନଙ୍କୁ ବି ଧରି ପାରିନି ପୋଲିସ ।  ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଥାନା ଅଂଚଳର ଘଟଣା ଏବେ ସବୁଠି ଚର୍ଚ୍ଚିତ । ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ବଲାଙ୍ଗୀର ଜିଲ୍ଲା ଖୁଜେନପାଲିକୁ ଫେରୁଥିଲେ ବର ବଧୁ । 

also read...

ଶିଶୁପାଳ ହେଲେ ବର, ନବ ବିବାହିତାକୁ ଧରି ଫେରାର୍ ମାରିଲା ପ୍ରେମିକ

ସୂଚନାଥାଉକି, ଖୁଜେନପାଲି ଗାଁର ହରିବନ୍ଧୁ ପୁଟେଲ (ରିଙ୍କୁ) ନାମକ ଯୁବକ କଣ୍ଟାମାଳର ରଶ୍ମୀକୁ ଗତ ରାତିରେ ବୈଦିକ ରୀତି ନୀତି ଅନୁସାରେ ବାହା ହୋଇ ଘରକୁ ଫେରିବା ବେଳେ ତରଭା ଥାନା ଅର୍ନ୍ତଗତ ବଡ଼ବନ୍ଧ ନିକଟରେ ଅଚାନକ ତିନିଜଣ ଯୁବକ ଏକ କାରରେ ଆସି ଗାଡ଼ି ଅଟକାଇ ଥିଲେ । ଗାଡ଼ି ଅଟକିବା ପରେ ବନ୍ଧୁକ ଦେଖାଇ ଗାଡିରୁ ନବ ବଧୁକୁ ନେଇ ଯାଇଥିଲେ ।

ତେବେ ଘଟଣାକୁ ନେଇ ତରଭା ଥାନାରେ ଶିଶୁପାଲ ହୋଇ ପହଞ୍ଚିଥିଲେ ବର ରିଙ୍କୁ । ରିଙ୍କୁ ତରଭା ଥାନାରେ ବଡଛପାପାଳି ଗ୍ରାମର ଜଣେ ବ୍ୟକ୍ତି ଆଉ ଦୁଇଜଣ ବ୍ୟକ୍ତିକୁ ନେଇ ଆସି ନେଇଯାଇଥିବା ଅଭିଯୋଗ କରିବା ପରେ ପୋଲିସ କେଶ ନମ୍ବର ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l