ଆନନ୍ଦପୁର ୧୫।୭: ଜାତୀୟ ରାଜପଥରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ପାଣି ଭିତରେ ରହିଛି ବଡ ବଡ ଖାଲ । ସେହି ରାସ୍ତା ଦେଇ ଯାତାୟତ କରୁଛି ଛୋଟ ବଡ ଶହ ଶହ ଗାଡି । କେହି କେହି ତ ଖାଲରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର ଶାଳପଡା ଛକ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର ଶାଳପଡା ଛକ ଠାରେ କିଛି ଦୂରରେ ଅନ୍ୟ ଏକ ଓଭରବ୍ରିଜ୍ ନିର୍ମାଣ ଚାଲିଥିଲା । ଏଥିଯୋଗୁଁ ଏବେ ସର୍ଭିସ୍ ରୋଡ୍କୁ ମୁଖ୍ୟରାସ୍ତା ଭାବେ ବ୍ୟବହାର କରାଯାଉଛି । ହେଲେ ନିର୍ମାଣ ଦାୟିତ୍ବରେ ଥିବା ଠିକାଦାରଙ୍କ ଅବହେଳା ଯୋଗୁଁ ରାଜରାସ୍ତାର ଏଭଳି ଅବସ୍ଥାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ କିଛି ସମୟ ପାଇଁ ରାସ୍ତାରୋକ ମଧ୍ୟ କରିଥିଲେ । ତୁରନ୍ତ ଖାଲଖମାକୁ ପୂରଣ କରି ଯାତାୟତ ଉପଯୋଗୀ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି ।
You Can Read:
ପୂର୍ବ ସରକାରରେ ଲୋକଙ୍କୁ ନ୍ୟାୟ ମିଳିଲା ନାହିଁ, ବିଜେପି ସରକାର ତୁରନ୍ତ ଆକ୍ସନ ନେଉଛନ୍ତି