ଭୋଗରାଇ ୨୮।୮: କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । କିନ୍ତୁ ଗାଁରୁ ଛାଡିନି ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟା ଜଳ । ବନ୍ୟା ପାଣି ସାମାନ୍ୟ କମିଥିବା ବେଳେ ଚାଷର ଅବସ୍ଥା ଦେଖି ଚାଷୀକୂଳ ହତାଶ ହୋଇପଡିଛନ୍ତି । ଏହାରି ଭିତରେ ଭୋଗରାଇର କୁସୁଡ଼ା, ଗବଗାଁ, ମନୁନଗର, କୁମ୍ଭୀରଗଡି, ଆରୁହାବୃତ୍ତି , କଚୁଆଡ଼ି ଆଦି ଗାଁର ଦୁର୍ଦ୍ଦଶା କଥା କହିଲେ ନସରେ । ଧାନ, ପନିପରିବା ଓ ଝୋଟ ଚାଷ ହେକ୍ଟର ହେକ୍ଟର ନଷ୍ଟ ହୋଇଥିବା ବେଳେ କେମିତି ଅଣ୍ଟା ସଳଖିବେ ଚାଷୀ ।
ସୁବର୍ଣ୍ଣରେଖାର ଷଷ୍ଠ ବନ୍ୟାରେ ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ରିଲିଫ ସାମଗ୍ରୀ କିଛି ମାତ୍ରାରେ ପହଞ୍ଚୁଥିବା ବେଳେ ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚୁ ନଥିବା ଅଭିଯୋଗ ହୋଇଛି । ସଠିକ୍ ଭାବରେ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ସହାୟତା ଯୋଗାଇବାକୁ ଲୋକେ ଅନୁରୋଧ କରିଛନ୍ତି ।
You Can Read:
ପୋଡ଼ମପେଟା ସମୁଦ୍ର ନିକଟରେ ଓଲଟିଲା ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ