ନୂଆଦିଲ୍ଲୀ ୨୮।୦୮; ଟିଭିର ପପୁଲାର ଷ୍ଟାର କପଲ ଐଶ୍ଵର୍ଯ୍ୟା-ନୀଲ । କିଛି ସମୟ ହେବ ଦୁହିଁଙ୍କ ପର୍ସନାଲ ଲାଇଫକୁ ନେଇ ଆଲୋଚନା ହେଉଛି। କୁହାଯାଉଛି କି ଦୁହେଁ ଆଉ ଏକାଠି ନଜର ଆସୁନାହାନ୍ତି। ନୀଲ ମଧ୍ୟ ବହୁତ ଦିନ ହେବ ଐଶ୍ଵର୍ଯ୍ୟାଙ୍କର କୌଣସି ଫଟୋ ସେୟାର କରି ନାହାନ୍ତି।
ଗଣେଷ ଚତୁର୍ଥୀ ଅବସରରେ ଐଶ୍ଵର୍ଯ୍ୟା ଏକୁଟିଆ ନିଜର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏତକି ହିଁ ନୁହେଁ ରକ୍ଷାବନ୍ଧନରେ ମଧ୍ୟ ଅଭିନେତ୍ରୀ ନୀଲଙ୍କ ବିନା ଫଟୋ ଭିଡିଓରେ ନଜର ଆସିଥିଲେ। ଏମିତିରେ କହିବାକୁ ଗଲେ ଦୁହେଁ ଏକାଠି ଆଉ କୌଣସି ଡ୍ୟାନ୍ସ ଭିଡିଓ ସେୟାର କରୁନାହାନ୍ତି । ଏହାକୁ ଦେଖିବା ପରେ ଫ୍ୟାନ୍ସ ଭାବୁଛନ୍ତି ଉଭୟଙ୍କ ମଧ୍ୟରେ କିଛି ଠିକ୍ ନାହିଁ । ଏସବୁରୁ ହିଣ୍ଟ ମିଳୁଛି କି ଐଶ୍ଵର୍ଯ୍ୟା ଓ ନୀଲ ଏକାଠି ନାହାନ୍ତି।
କହିବାକୁ ଗଲେ ଐଶ୍ଵର୍ଯ୍ୟା କିଛି ଦିନ ପୂର୍ବରୁ ନୀଲଙ୍କ ସହ ଛାଡପତ୍ରକୁ ନେଇ ମୁହଁ ଖୋଲିଥିଲେ ଓ କହିଥିଲେ ଯେ ଯଦି ମୁଁ ଚୁପ୍ ଅଛି ଏହାର ଅର୍ଥ ନୁହେଁ ଯେ ଆପଣମାନେ କିଛି ବି କହିବେ। କିଛି ୟୁଜର୍ସ ଐଶ୍ଵର୍ଯ୍ୟାଙ୍କ ଗଣେଷ ପୂଜାର ଫଟୋରେ କମେଣ୍ଟ କରି ପଚାରୁଛନ୍ତି ନୀଲ କେଉଁଠି... କହିବାକୁ ଗଲେ ଦୁହେଁ ଗୁମ୍ ହୈ କିଶିକେ ପ୍ୟାର ମୈରେ ସିରିଏଲ୍ରେ ନଜର ଆସିଥିଲେ । କିଛି ସମୟ ଡେଟ୍ କରିବା ପରେ ୨୦୨୧ରେ ବିବାହ କରିଥିଲେ ।