ଶୈଳଶ୍ରୀ ପ୍ୟାଲେସରେ ନୂଆଁଖାଇ ଭେଟ୍‌ଘାଟ, ଏକାଠି ଭୋଜନ କଲେ ରାଜ ପରିବାର ସଦସ୍ୟ

Published By : Prameya-News7 Bureau | August 28, 2025 IST

ବଲାଙ୍ଗୀର ୨୮/୦୮: ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା । ଘରେ ଘରେ ଉତ୍ସବର ମାହୋଲ । ଲାଗିଛି ପିଠାପଣାର ଆସର । ଏଥିରୁ ବାଦ୍ ପଡିନାହାଁନ୍ତି ରାଜ ପରିବାର । ବଲାଙ୍ଗୀରରେ ଥିବା ରାଜ ପରିବାରରେ ବି ଦେଖିବାକୁ ମିଳିଥିଲା ନୁଆଁଖାଇର ମାହୋଲ । ରାଜକୀୟ ଢଙ୍ଗରେ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସରେ ନୁଆ ଖାଇଛନ୍ତି ରାଜପରିବାର। 


ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ତାଙ୍କ ସ୍ତ୍ରୀ ସଂଗୀତା ସିଂହଦେଓ, ଭାଇ କଳିକେଶ ସିଂହଦେଓ ଓ ଭାଇ ବୋହୂ ମେଘନା ରାଣା ଏକାଠି ଖାଇଛନ୍ତି ନୁଆଁ । ତେବେ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ନଥିବା ବେଳେ ସେମାନଙ୍କୁ ନୁଆଁଖାଇରେ ମନେ ପକାଇବା ସହ ଫୋନ ଯୋଗେ ନୁଆଁଖାଇ ଶୁଭେଛା ଜଣାଇଛନ୍ତି । 

ସକାଳୁ ପ୍ୟାଲେସରେ ରାଜ ପୁରୋହିତ ମହାରାଜାଙ୍କ ଇଷ୍ଟ ଦେବା ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ସହ ନବାନ୍ନ ଲାଗି କରିଥିଲେ ପରେ । ପରେ ପ୍ୟାଲେସ ମଧ୍ୟ ଭାଗରେ ଥିବା ମଣ୍ଡପରେ ବସି ସମସ୍ତେ ଏକାଠି ନବାନ୍ନ ଖାଇ ପରେ ତିଆରି ହୋଇଥିବା ନାନା ବ୍ୟଞ୍ଜନ ରୁପା ପାତ୍ରରେ ଖାଇଥିଲେ । ଯାହା ପୁର୍ବରୁ ପରମ୍ପରା ରହି ଆସିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.