ଭୋଗରାଇ ୨୨।୦୬ : କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ବାଲେଶ୍ବରର ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ଥିଲା ବେଳେ ଆଜି ସକାଳୁ ଏହା କମି ୧୦.୧୪ ମିଟରରେ ପହଂଚିଛି। ତେବେ ତଳିଆ ଅଂଚଳର ଲୋକମାନେ ଏବେବି ପାଣି ଘେରରେ ରହିଛନ୍ତି । ବିଶେଷ କରି ବାଲିଆପାଳ ବ୍ଲକର ଅସ୍ତି, ଯମକୁଣ୍ଡା, ମଧୁପୁରା, ବିଷ୍ଣୁପୁର, ବାଲିଆପାଳ ଆଦି ୫ଟି ପଂଚାୟତର ୨୦ରୁ ଅଧିକ ଗାଁ ପାଣି ଘେରରେ ରହିଛି।ଶନିବାର ଅପେକ୍ଷା ଆଜି ରାସ୍ତା ଉପରୁ ପାଣିର ମାତ୍ରା ଟିକେ କମିଛି। ଏବେବି ଯିବା ଆସିବା ପାଇଁ ଲୋକମାନେ ବୋଟ ଉପରେ ନିଭର୍ର କରୁଛନ୍ତି। ସେପଟେ ଭୋଗରାଇରେ ମଧ୍ୟ ଅନେକ ଗାଁ ରେ ରହିଛି ବନ୍ୟା ପାଣି। ଧୀରେ ଧୀରେ ବନ୍ୟା ପାଣି ଛାଡିବା ପରେ ଲୋକ ମାନେ ନିଜ ଘରକୁ ଫେରି ଘର ସଜାଡୁଛନ୍ତି। ଭୋଗରାଇ ବ୍ଲକର ୧୦ରୁ ଅଧିକ ପଞ୍ଚାୟତରେ ବନ୍ୟା ପାଣି ପଶି ଲୋକଙ୍କ ଘରର ଜିନିଷ ପତ୍ର ନଷ୍ଟ ହୋଇଛି।