କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ, ଝାଡ଼ଖଣ୍ଡର ଅର୍ଦ୍ଧନିର୍ମିତ ଚାନ୍ଦୋଲି ଡ୍ୟାମ୍ ଯୋଗୁଁ ପାଣି ଓଡ଼ିଶା ଆସୁଛି

Published By : Prameya-News7 Bureau | July 09, 2025 IST

ଭୁବନେଶ୍ବର ୯।୭: କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନାହିଁ । ମୁଣ୍ଡଳୀ ୪.୪୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି, ତାହା କମିବ ।ଏହା ପ୍ରଭାବରେ ଶାଖା ନଦୀ କୁଆଖାଇ, ଦେବୀରେ ଜଳସ୍ତର ବଢିଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ସେ କହିଛନ୍ତି, ସମୟ ଲାଗେ ପାଣି ସମୁଦ୍ରକୁ ଯିବା ପାଇଁ । ବର୍ଷା ପରିମାଣ କମିବାରୁ ହୀରାକୁଦର ୪ଟି ଗେଟ୍ ବନ୍ଦ କରାଯାଇଛି । ୧୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ବର୍ଷା ହେଉଛି । କେତେ ପରିମାଣ ବର୍ଷା ହେଉଛି, ତାକୁ ଦେଖି ଗେଟ୍ ଖୋଲିବ କି ବନ୍ଦ ହେବ ସେ ନିଷ୍ପତ୍ତି ନିଆଯିବ ।

ସମ୍ବଲପୁରର ତଳିଆ ଅଞ୍ଚଳରେ ପାଣି ପଶିଛି । ତାହା ନିଷ୍କାସିତ ହୋଇଯିବ । ସୁବର୍ଣ୍ଣରେଖାରେ ଜଳସ୍ତର ବଢି ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି । ହେଲେ ବିପଦ ସଂକେତ ଟପିବ ନାହିଁ । ଝାଡ଼ଖଣ୍ଡର ଅର୍ଦ୍ଧନିର୍ମିତ ଚାନ୍ଦୋଲି ଡ୍ୟାମ୍ ଯୋଗୁଁ ପାଣି ଓଡ଼ିଶା ଆସୁଛି ।ବ୍ରହ୍ମଣୀରେ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବୈତରଣୀ ଆଖୁଆପଦାରେ ସତର୍କ ସଂକେତରେ ଅଛି । ହେଲେ ବନ୍ୟା ନାହିଁ । ରେଙ୍ଗାଲିର ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।


You Can Read:

ଡେଲାଙ୍ଗରେ ପୁଣି କୁକୁଡ଼ା ମଡକ, ଫାର୍ମରେ ମରି ପଡୁଛନ୍ତି ହଜାର ହଜାର କୁକୁଡା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.