ପୂର୍ବତନ ସହାୟିକା ଦେବିକାଙ୍କୁ ବେଙ୍ଗାଳୁରୁରୁ ବାନ୍ଧିଲା ମୁମ୍ବାଇ ପୋଲିସ, ରିମାଣ୍ଡରେ ନେଇ ଚାଲିଛି ପଚରାଉଚରା

Published By : Prameya-News7 Bureau | July 09, 2025 IST

ମୁମ୍ବାଇ ୯/୭:  ଠକଙ୍କ ମାୟାଜାଲ ସବୁଠି ଲମ୍ବିଛି । ଯିଏ ଯେମିତି ପାରୁଛି ଠକିବାରେ ବ୍ୟସ୍ତ । ପ୍ରତିଦିନ ଅନେକ ବ୍ୟକ୍ତି ଠକାମିର ଶିକାର ହେଉଥିବା ଅଭିଯୋଗ ଆସୁଛି । ଏଥର ଠକଙ୍କ ହାବୁଡରେ ପଡିଛନ୍ତି  ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ।  ସେ ପୁଣି କେହି ବାହାର ବ୍ୟକ୍ତି ନୁହଁନ୍ତି । ଆଲିଆଙ୍କୁ ଠକିଛନ୍ତି ତାଙ୍କର ପୂର୍ବତନ ସହାୟିକା ଦେବୀକା ପ୍ରକାଶ ସେଟ୍ଟୀ । ପୋଲିସର ତଥ୍ୟ ମୁତାବକ ୨୦୨୧ରୁ ୨୦୨୪, ୪ ବର୍ଷ ଯାଏ ଆଲିଆଙ୍କ ବ୍ୟକ୍ତିଗତ ସହାୟିକା ଥିଲେ ବେଦିକା । ଏହି ସମୟରେ ସେ ଆଲିଆଙ୍କ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଟଙ୍କା ନେଣଦେଣ କଥା ବୁଝୁଥିଲେ ।

ଆଉ ସୁଯୋଗ ଦେଖି ଆଲିଆଙ୍କ ଜାଲ ଦସ୍ତଖତ କରି ୭୭ ଲକ୍ଷ ଟଙ୍କା ଠକେଇ କରି ନେଇଯାଇଥିଲେ । ସେ ଆଲିଆଙ୍କ ଜାଲ୍‌ ଦସ୍ତଖତ କରି ୨ ବର୍ଷ ମଧ୍ୟରେ ୭୬.୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।  କିଛି ମାସ ପୂର୍ବରୁ ଆଲିଆଙ୍କ ମାଆ ସୋନି ରାଜଦାନଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲା ରୁଜୁ ହୋଇଥିଲା । । ଏଫ୍‌ଆଇଆର ରୁଜୁ ହେବାର ୫ ମାସ ପରେ ବେଙ୍ଗାଳୁରୁରୁ ବେଦିକାଙ୍କୁ ଗିରଫ କରିଛି ମୁମ୍ବାଇର ଜୁହୁ ପୋଲିସ । ଜୁଲାଇ ୮ରେ ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ୧୦ ତାରିଖ ଯାଏ ରିମାଣ୍ଡରେ ନେଇଛି ପୋଲିସ । ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୬(୪) ଏବଂ ୩୧୮(୪) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ବେଦିକାଙ୍କ ଠକେଇ ମାମଲା ସାମ୍ନାକୁ ଆସିବା ପରେ ସେ ଫେରାର ହୋଇଯାଇଥିଲେ । 

ପୋଲିସର ତଥ୍ୟ ମୁତାବକ ୨୦୨୨ ମେ’ ମାସରୁ ୨୦୨୪ ଅଗଷ୍ଟ ମାସ ମଧ୍ୟରେ ଏହି ଠକେଇ କରିଛନ୍ତି । ୨୦୨୨ ମେ’ ମାସରୁ ୨୦୨୪ ଅଗଷ୍ଟ ମାସ ମଧ୍ୟରେ ଏହି ଠକେଇ କରିଛନ୍ତି । ମୁମ୍ବାଇ ଜୁହୁ ପୋଲିସ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଲିଆଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.