ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ୧୪୭ତମ ଜୟନ୍ତୀ, ‘ଏକ୍ସ’ରେ ଫଟୋ ଶେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

NEWS7
watch-how-girl-thrashes-men-with-her-sandals-video-goes-viral

ନୂଆଦିଲ୍ଲୀ ୧୦।୧୨: ଆଜି ହେଉଛି ସ୍ୱାଧୀନ ଭାରତର ପ୍ରଥମ ଏବଂ ଶେଷ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ୧୪୭ତମ ଜୟନ୍ତୀ । ୧୮୭୮ ମସିହା ଡିସେମ୍ବର ୧୦ ତାରିଖରେ ତାମିଲନାଡୁର କୃଷ୍ଣାଗିରି ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ସ୍ନେହରେ "ରାଜାଜୀ" ବୋଲି କୁହାଯାଏ । ସେ ଏକାଧାରାରେଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ତଥା ଲେଖକ ଥିଲେ ।

ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ରାଜଗୋପାଳଚାରୀଙ୍କୁ ୨୦ତମ ଶତାଦ୍ଦୀର ପ୍ରମୁଖ ଚିନ୍ତାନାୟକଙ୍କ ମଧ୍ୟରୁ ଜଣେ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ରାଜାଜୀ ସବୁବେଳେ ମାନବିକ ମର୍ଯ୍ୟାଦା ବଜାୟ ରଖିବାରେ ବିଶ୍ୱାସ କରୁଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ସି. ରାଜଗୋପାଳଚାରୀଙ୍କ ଯୁବାବସ୍ଥାର ଏକ ଫଟୋ ସେୟାର ମଧ୍ୟ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନେକ ନେତା ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ୧୮୭୮ ମସିହା ଡିସେମ୍ବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଓକିଲ ଏବଂ ବୁଦ୍ଧିଜୀବୀ ମଧ୍ୟ ଥିଲେ । ତାଙ୍କୁ ମହାତ୍ମା ଗାନ୍ଧୀଙ୍କ ପ୍ରାରମ୍ଭିକ ରାଜନୈତିକ ସହଯୋଗୀ ବୋଲି ମଧ୍ୟ କୁହାଯାଏ । ସେ ଓକିଲାତି ଛାଡି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ସେ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଅନେକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ପାଇଲା ପରେ, ସେ ସ୍ୱାଧୀନ ଭାରତର ପ୍ରଥମ ଏବଂ ଶେଷ ଗଭର୍ଣ୍ଣର ଜେନେରାଲ ଥିଲେ । ୧୯୫୦ ମସିହାରେ ଏହି ପଦବୀକୁ ଉଚ୍ଛେଦ କରାଯାଇଥିଲା ।

୧୯୫୪ରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ୧୯୪୭-୪୮ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ପ୍ରଥମ ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ରାଜାଜୀ ଦେଶର ସ୍ୱାଧୀନତା ପାଇଁ ଅନେକ ସଂଘର୍ଷ କରିଥିଲେ । ସେ ସବୁବେଳେ ସତ୍ୟ ଏବଂ ନ୍ୟାୟର ସାଥ୍ ଦେଉଥିଲେ । ସେ ଜଣେ ପ୍ରତିଷ୍ଠିତ ଲେଖକ ଏବଂ ଚିନ୍ତାନାୟକ ମଧ୍ୟ ଥିଲେ । ତାଙ୍କର ଲେଖା ଆଜି ବି ଲୋକଙ୍କୁ ପ୍ରେରଣା ଯୋଗାଉଛି ।