ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ

NEWS7
warning-of-heavy-rainfall-to-8-districts-of-odisha

ଭୁବନେଶ୍ୱର: ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ। ୨ଦିନ ଧରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଚାଲିବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ।" ପଞ୍ଚାୟତ ଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ” ପ୍ରତିନିଧିତ୍ୱ ମଧ୍ୟରେ ଥିବା ଖାଲିକୁ ପୂରଣ କରିବା ହେଉଛି ଏହି କାର୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ପ୍ରଶିକ୍ଷଣ ଶିବିରରେ ଡିଜିଟାଲ ସାକ୍ଷରତା, ଶାସନ ବ୍ୟବସ୍ଥା ବିଷୟରେ ଜ୍ଞାନ ଓ ବ୍ୟବସାୟିକ କୌଶଳ ଉନ୍ନତି ଉପରେ ଜୋର ଦିଆଯିବ, ଯାହା ମାଧ୍ୟମରେ ଦୃଷ୍ଟିହୀନ ଯୁବପିଢିକୁ ସଶକ୍ତ ଏବଂ ସମାବେଶୀ ନେତା ଭାବେ ଗଢ଼ି ତୋଳାଯିବ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ Blind People’s Association, ଆହମଦାବାଦ ସହଯୋଗରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନେତୃତ୍ୱ ପ୍ରଶିକ୍ଷଣ କାର୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଏହି କାର୍ୟକ୍ରମରେ ମୁଖ୍ୟ ମାଷ୍ଟର ଟ୍ରେନର ଭାବେ Dr. Bhushan Punani (ଆଇଆଇଏମ୍ ସ୍କଲାର ଏବଂ କେନ୍ଦ୍ରୀୟ ଦିବ୍ୟାଙ୍ଗ ପରାମର୍ଶଦାତା ବୋର୍ଡ ସଦସ୍ୟ) ଯୋଗଦେଇଥିଲେ ।