LIVE TV

ବିରୋଧୀଙ୍କୁ ଘାସିରାମ ମାଝୀଙ୍କ ଟାର୍ଗେଟ, କହିଲେ ମୋର ନିଜସ୍ୱ ଭୋଟ ରହିଛି...

NEWS7
waqf-protest-turns-violent-in-bengal-mob-throws-stone-at-train-cops-injured

ନୂଆପଡ଼ା ୨୦।୧୦ : ବିରୋଧୀଙ୍କ ଘାସିରାମ ମାଝୀଙ୍କ ଟାର୍ଗେଟ । କଂଗ୍ରେସ ସହିତ କେବଳ ଆଦିବାସୀ ନୁହଁନ୍ତି, ପୁରା ନୂଆପଡ଼ା ବାସି ଅଛନ୍ତି । ସବୁ ବର୍ଗର ଲୋକ ଆମ ଦଳକୁ ଭୋଟ ଦେବେ । ଆଉ ବିଜୟୀ କରାଇବାରେ ସାରଥୀ ସାଜିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆପଡ଼ାରେ ଘାସିରାମ ମାଝୀଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ରହିଛି। କେବଳ ଆଦିବାସୀ ନୁହଁନ୍ତି ନୂଆପଡ଼ାରେ ସବୁ ବର୍ଗର ଭୋଟ ମୋ ସହ ରହିଛି । କାରଣ ମୁଁ ବିଗତ ନିର୍ବାଚନରେ ୫୧ ହଜାର ଭୋଟ ପାଇଛି। ଯଦି କେନ୍ଦ୍ରମନ୍ତ୍ରୀ କହୁଛନ୍ତି ଆଦିବାସୀ ଭୋଟ ତାଙ୍କ ସହ ଅଛି। ମୁଁ ତାଙ୍କୁ ଆହ୍ବାନ କରୁଛି ମୋ ସହ ଆସି ଲଢନ୍ତୁ। ଆଉ ମୋତେ ଟକ୍କର ଦିଅନ୍ତୁ । ଏ ସରକାର ଆଦିବାସୀଙ୍କୁ ପ୍ରତାରଣା କରିଛି।