ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଆର୍ଥିକ ଦିଗରୁ ଅର୍ଥଲାଭର ଯୋଗ ରହିଛି , ବ୍ୟବସାୟରେ ନୂତନ ନିବେଶ ପାଇଁ ଦିନଟି ଫଳପ୍ରଦ ହେବ

NEWS7
waqf-properties-in-the-country-994-illegally-occupied-center-informed-in-parliament

ମେଷ- କୌଣସି କଥାକୁ ନେଇ ମନରେ ହତୋତ୍ସାହ ଭାବ ଆସିପାରେ। ତେଣୁ ନିଜ ଉପରେ ବିଶ୍ୱାସ ରଖନ୍ତୁ। କିନ୍ତୁ ସ୍ୱାସ୍ଥ୍ୟରେ ଉନ୍ନତି ହେବା ଫଳରେ ଆପଣ ଶାରୀରିକ ଭାବେ ସୁସ୍ଥ ଅନୁଭବ କରିବେ। ଧୈର୍ଯ୍ୟର ସହ କାର୍ଯ୍ୟ କଲେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ।

ବୃଷ- ଘାତବାର ହେତୁ ସତର୍କ ରୁହନ୍ତୁ। କିନ୍ତୁ ଆର୍ଥିକ ଦିଗରୁ ଅର୍ଥଲାଭର ଶୁଭ ଯୋଗ ରହିଛି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ନୂତନ ନିବେଶ ପାଇଁ ଦିନଟି ଫଳପ୍ରଦ ହେବ।

ମିଥୁନ- ଶ୍ରୀ ଚନ୍ଦ୍ର ହେତୁ ସୁନିଦ୍ରା ଓ ଶାରୀରିକ ଆରାମ ମିଳିବ କିନ୍ତୁ କାହା ସହ କଳହ ଯୋଗ ରହିଛି। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ୍ ଅଯଥା ଯୁକ୍ତିତର୍କ ବଢ଼ିପାରେ। ଶାନ୍ତ ରହିଲେ ଦିନଟି ଆନନ୍ଦରେ ଅତିବାହିତ ହେବ।

କର୍କଟ- କାର୍ଯ୍ୟବ୍ୟସ୍ତତା ଯୋଗୁ ଅଯଥା ଭ୍ରମଣ କରିବାକୁ ପଡ଼ିପାରେ ଯାହା ଆପଣଙ୍କୁ କ୍ଳାନ୍ତ କରିବ। କିନ୍ତୁ ସାମାଜିକ ସ୍ତରରେ ବନ୍ଧୁମାନଙ୍କ ଠାରୁ ସହଯୋଗ ବୃଦ୍ଧି ପାଇବ ଓ କାମ ସହଜ ହେବ। ପରିବାରର ଗୁରୁଜନଙ୍କ ପରାମର୍ଶ କାମରେ ଆସିବ।

ସିଂହ- ଘାତବାର ଯୋଗୁ ସାବଧାନ ରୁହନ୍ତୁ, ତଥାପି ଘରକୁ ଅତିଥି ଆସିବେ ଓ ଆପଣ ଅତିଥି ସତ୍କାର କରିବେ। କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ଅଧିକ ଅର୍ଥବ୍ୟୟ ହେବାର ସମ୍ଭାବନା ଅଛି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।

କନ୍ୟା- ଘାତବାର ଓ ଘାତ ଚନ୍ଦ୍ର ଉଭୟ ରହିଛି। ତେଣୁ ପ୍ରତ୍ୟେକ କାର୍ଯ୍ୟରେ ଅତି ସତର୍କ ରୁହନ୍ତୁ। ଏହା ସତ୍ତ୍ୱେ ଆପଣଙ୍କର ଚେଷ୍ଟା ଜାରି ରଖିଲେ ଅଧୁରା ଇଚ୍ଛା ପୂର୍ଣ୍ଣ ହେବାର ସୁଯୋଗ ମିଳିବ। କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ।

ତୁଳା- ପରିବାରରେ କୌଣସି ବିଷୟକୁ ନେଇ ସାମାନ୍ୟ ଅସନ୍ତୋଷ ଦେଖାଦେଇପାରେ। କିନ୍ତୁ ନିଜ ଉଦ୍ୟମରେ ସଫଳତା ପାଇବେ। ନିଜର କାର୍ଯ୍ୟଦକ୍ଷତା ବଳରେ ଆପଣ ଶତ୍ରୁମାନଙ୍କୁ ପରାସ୍ତ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ।

ବିଛା- ଶାରୀରିକ ପୀଡ଼ା ବା ଆଘାତ ଲାଗିବାର ଭୟ ରହିଛି। ତେଣୁ ଚଲାବୁଲା ସମୟରେ ସତର୍କ ରୁହନ୍ତୁ। କୌଣସି ପୁରୁଣା କଥାକୁ ନେଇ ବନ୍ଧୁ କଳହ ହେବାର ସମ୍ଭାବନା ଅଛି, ତେଣୁ ମୌନ ରୁହନ୍ତୁ। ନିଜର ଗୁପ୍ତ କଥା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।

ଧନୁ- ପରିବାରରେ ସୁଖ ସାନ୍ତି ରହିବା ସହ ଆପଣଙ୍କୁ ଉତ୍ତମ ପତ୍ନୀ ସୁଖ ପ୍ରାପ୍ତି ହେବ। କିନ୍ତୁ କୌଣସି ବ୍ୟକ୍ତିଗତ ସମସ୍ୟା ପାଇଁ ମନରେ ସାମାନ୍ୟ ମନସ୍ତାପ ରହିପାରେ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ମନୋବଳକୁ ଦୃଢ଼ କରିବ।

ମକର- କୌଣସି କଥାକୁ ନେଇ ବନ୍ଧୁ କଳହର ସୂଚନା ମିଳୁଛି। ତେଣୁ ସମ୍ପର୍କରେ ସତର୍କ ରୁହନ୍ତୁ। ବ୍ୟକ୍ତିଗତ ସମସ୍ୟା ସତ୍ତ୍ୱେ ବ୍ୟବସାୟରେ ଉନ୍ନତି ହେବ ଏବଂ ଆର୍ଥିକ ଲାଭ ମିଳିବ। ବାଣିଜ୍ୟିକ କାରବାରରେ ନୂତନ ସଫଳତା ପାଇବେ।

କୁମ୍ଭ- ଖୁସିର ଦିନ ହେବ ଏବଂ ସମସ୍ତ ଅଟକି ଥିବା କାର୍ଯ୍ୟ ଶେଷ ହେବ। କିନ୍ତୁ ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ସାମାନ୍ୟ ମାନସିକ ଚାପ ଅନୁଭବ କରିପାରନ୍ତି। ନିଜର ପ୍ରିୟଜନଙ୍କ ସହ ସମୟ କାଟିଲେ ମନ ଶାନ୍ତ ରହିବ।

ମୀନ- ପାରିବାରିକ ସମସ୍ୟା ଯୋଗୁ ଘରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ। ତେଣୁ ଧୈର୍ଯ୍ୟ ଧରନ୍ତୁ। କୌଣସି ଜରୁରୀ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ ହେବାର ଶୁଭ ଯୋଗ ରହିଛି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଶ୍ରେୟସ୍କର ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682