ବାସୁଦେବପୁର: କାନ୍ଥ ପଡ଼ି ମହିଳାଙ୍କ ମୃତ୍ୟୁ। ମଙ୍ଗଳବାର ବାସୁଦେବପୁର ମ୍ୟୁନିସିପାଲିଟିର ୩ ନମ୍ବର ଓ୍ବାର୍ଡ ମହାନ୍ତି ସାହିରେ ଘଟିଛି ଏହି ଅଘଟଣ। ମୃତ ମହିଳା ହେଲେ ଗ୍ରାମର ଅମରେନ୍ଦ୍ର ମହାନ୍ତିଙ୍କ ପତ୍ନୀ ବିଷ୍ଣୁପ୍ରିୟା।
ସୂଚନା ଅନୁସାରେ, ମଙ୍ଗଳବାର ଦ୍ବିପ୍ରହରରେ ବିଷ୍ଣୁପ୍ରିୟା ଖାଇସାରି ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଘର ନିକଟକୁ ହାତ ଧୋଇବାକୁ ଆସିଥିଲେ। ହେଲେ ଲଗାଣ ବର୍ଷା କାରଣରୁ ଉକ୍ତ କାନ୍ଥଟି ହଠାତ ତାଙ୍କ ଉପରେ ପଡ଼ିଯାଇଥିଲେ।
ଏମିତିରେ କାନ୍ଥ ତଳେ ଚାପି ହୋଇଯାଇଥିଲେ। ତେବେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସଂଜ୍ଞାହୀନ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ବାସୁଦେବପୁର ତହସିଲଦାର ପ୍ରିୟବ୍ରତ ରାଉତରାୟ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।