ପୁରୀ ମଠ ଭଙ୍ଗା ଅଭିଯୋଗ ଉପରେ ପାଣ୍ଡିଆନ୍‌ଙ୍କ ଜବାବ, ‘ମଙ୍ଗୁ ମଠର ପବିତ୍ରତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ’

Published By : Prameya-News7 Bureau | May 16, 2024 IST

ଭୁବନେଶ୍ବର ୧୬।୫: ପୁରୀର ମଠକୁ ଭଙ୍ଗାଯାଇଛି ବୋଲି ସବୁବେଳେ ବିଜେପିର ନେତୃମଣ୍ଡଳୀ କହି ଆସୁଛନ୍ତି । କିନ୍ତୁ ଏହା ପଛର ସତ କ’ଣ ଭିଡିଓ ମାଧ୍ୟମରେ କହିଛନ୍ତି ଭି.କେ. ପାଣ୍ଡିଆନ ।  

ପାଣ୍ଡିଆନ୍ କହିଛନ୍ତି, ମଙ୍ଗୁ ମଠର ଗର୍ଭଗୃହ ଉପରେ ଗୋଟିଏ ପାଇଖାନା ଥିଲା । ଏହାର ଚାରି ପାଖରେ ଜୋତା ଏବଂ ଅନ୍ୟ ଦୋକାନ ଥିଲା । ମୁଖ୍ୟମନ୍ତ୍ରୀ ଏହାକୁ ଭାଙ୍ଗି ଏହି ମଙ୍ଗୁ ମଠର ପବିତ୍ରତାକୁ ବୃଦ୍ଧି କରିଛନ୍ତି । ଏହ ମଠରୁ ଗୁରୁନାନକ ବସି ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ । ତେଣୁ ଏଥିରେ ଅସୁବିଧା କେଉଁଠି । ମହାପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ସଦବୁଦ୍ଧି ଦିଅନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି । 

You Can Read :

ନିର୍ବାଚନ ପୂର୍ବରୁ ପୋଲସରାରେ ଫୁଟିଲା ଗୁଳି, ଜଣେ ଆହାତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.