ଲଞ୍ଚ ହେଲା Vivo V60 ସ୍ମାର୍ଟଫୋନ୍: ଫଟୋଗ୍ରାଫୀ ପାଇଁ ରହିଛି ଜବରଦସ୍ତ ଫିଚର୍ସ, ଏକାଧିକ ଏଆଇ ଅପସନ

Published By : Prameya-News7 Bureau | August 12, 2025 IST

internet

ନୂଆଦିଲ୍ଲୀଗୋଟିଏ ପରେ ଗୋଟିଏ ସ୍ମାର୍ଟଫୋନ୍ ପ୍ରଡକ୍ସନ କରି ଭାରତୀୟ ମାର୍କେଟ୍ ଶେୟାର ଉପରେ କବ୍ଜା କରିଛି ଭିଭୋ। ମଙ୍ଗଳବାର କମ୍ପାନୀ ଏହାର କ୍ୟାମେରା ସେଣ୍ଟ୍ରିକ୍ ସ୍ମାର୍ଟଫୋନ୍   ଭିଭୋ ଭି-୬୦ ଲଞ୍ଚ କରିଛି। ଫୋଟୋଗ୍ରାଫୀ ପାଇଁ ଏଥିରେ ନ୍ୟୁ ୱେଡିଂ ଭ୍ଲଗ୍ ମୋଡ ଭଳି ଖାସ୍ ଫିଚର୍ସ ଏଥିରେ ଦିଆଯାଇଛି। ଯାହାକୁ ବିନା ଏଡିଟ୍‌ରେ ସୋସିଆଲ୍ ମିଡଆରେ ଅପଲୋଡ କରିହେବ।  

ନୂଆ Vivo V60 ରେ 50MP କ୍ୟାମେରା ସେଟଅପ୍ ଦିଆଯାଇଛି। ଫଟୋଗ୍ରାଫୀକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହା ଜାଏସଜ୍ ଟ୍ୟୁନ୍ ଅପ୍ଟିକ୍ସ ଏବଂ ଫିଲ୍ଟର ବ୍ୟବହାର କରେ ବୋଲି କମ୍ପାନୀ ଦାବି କରିଛି।

ଭାରତରେ Vivo V60 ଚାରୋଟି ଭ୍ୟାରିଏଣ୍ଟର ଉପଲବ୍ଧ ହେବ। କେଉଁ ଭ୍ୟାରିଏଣ୍ଟ ପାଇଁ କେତେ ଦାମ ରହିବ ଆସନ୍ତୁ ଜାଣିବା

୮ଜିବି/୧୨୮ଜିବି ଭ୍ୟାରିଏଣ୍ଟର ମୂଲ୍ୟ ୩୬,୯୯୯ ଟଙ୍କା
୮ଜିବି /୨୫୬ଜିବି ର ମୂଲ୍ୟ ୩୮,୯୯୯ ଟଙ୍କା
୧୨ଜିବି/୨୫୬ଜିବି ମଡେଲ ୪୦,୯୯୯ ଟଙ୍କା
୧୬ଜିବି/୫୧୨ଜିବି ଭାରିଆଣ୍ଟର ମୂଲ୍ୟ  ୪୫,୯୯୯ ଟଙ୍କା ରଖାଯାଇଛି 

ଏହି ସ୍ମାର୍ଟଫୋନ୍ ଅଗଷ୍ଟ ୧୯ ତାରିଖରୁ ଭିଭୋର ଅନଲାଇନ୍ ଷ୍ଟୋର, ଆମାଜନ, ଫ୍ଲିପକାର୍ଟ ଏବଂ ଅଫ୍‌ଲାଇନ୍ ଷ୍ଟୋରରେ ଉପଲବ୍ଧ ହେବ। ଫୋନ୍‌ର କଲର ଅପସନ ଦେଖିଲେ ଏହା ଅସପୁସିଅସ ଗୋଲ୍ଡ, ମୁନଲିଟ୍ ବ୍ଲୁ ଏବଂ ମିଷ୍ଟ ଗ୍ରେ କଲରରେ ମିଳିବ।

ଫିଚର୍ସ

ଡୁଆଲ୍ ସିମ୍ କାର୍ଡ ବିଶିଷ୍ଟ ଏହି ୫ଜି ସ୍ମାର୍ଟଫୋନରେ ୬.୭୭-ଇଞ୍ଚ ଫୁଲ୍-ଏଚଡି ପ୍ଲସ୍ କ୍ୱାଡ୍ କର୍ଭଡ୍ ଆମୋଲେଡ୍ ଡିସପ୍ଲେ ରହିଛି, ଯାହାର ଭ୍ୟାରିଏବଲ ରିଫ୍ରେସ ରେଟ୍ ୧୨୦ ହର୍ଟ୍ସ ଏବଂ ୫୦୦୦ ନିଟ୍ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ରହିବ। ଏହି ଡିସପ୍ଲେ ଏଚଡିଆର୧୦+କୁ ସପୋର୍ଟ କରିବ ଏବଂ ଉପରେ ଡାଇମଣ୍ଡ ସିଲ୍ଡ ଗ୍ଲାସ୍ ପ୍ରୋଟେକ୍ସନ ବ୍ୟବହାର କରାଯାଇଛି। ଅକ୍ଟା-କୋର୍ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭ ଜେନ୍ ୪ ଚିପସେଟରେ ଫୋନ ପରିଚାଳିତ ହେବ। ମୋବାଇଲଟି ଆଣ୍ଡ୍ରେଏଡ ୧୫-ଆଧାରିତ Funtouch OS 15ରେ ଚାଲିବ। କମ୍ପାନୀ  ଏଥିରେ ୪ ବର୍ଷର Android OS ଅପଗ୍ରେଡ୍ ସହ ଛଅ ବର୍ଷର ସିକ୍ୟୁରିଟି ଅପଡେଟ୍ ଦେଉଛି। 

ଆକର୍ଷଣୀୟ କ୍ୟାମେରା

ଭିଭୋ ଭି-୬୦ରେ ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍ (OIS) ସହିତ ଏକ ୫୦ ମେଗାପିକ୍ସେଲର ସୋନି IMX766 ସେନ୍ସର୍, ୩ଏକ୍ସ ଅପ୍ଟିକାଲ୍ ଜୁମ୍ ସହିତ ଏକ ୫୦ ମେଗାପିକ୍ସେଲର ପେରିସ୍କୋପ୍ ଟେଲିଫଟୋ କ୍ୟାମେରା, ଏବଂ ୧୨୦-ଡିଗ୍ରୀ ଫିଲ୍ଡ ଅଫ୍ ଭ୍ୟୁ ସହିତ ଏକ ୮ ମେଗାପିକ୍ସେଲ୍‌ର ଅଲଟ୍ରାୱାଇଡ୍ କ୍ୟାମେରା ଦିଆଯାଇଛି। ଏଥିରେ ଜାଏସର ମଲ୍ଟିଫୋକାଲ୍ ପୋର୍ଟ୍ରେଟ୍ ମୋଡ୍ ଫିଚର୍ସ ରହିଛି। ଭିଭୋ ଭି-୬୦ରେ ଏକାଧିକ ଏଆଇ ଫିଚର୍ସ ରହିଛି। ଯେପରିକି ଲାଇଭ୍ କଲ୍ ଟ୍ରାନ୍ସଲେସନ୍, ଟ୍ରାନ୍ସକ୍ରିପସନ୍, ଇମେଜ୍ ଏଡିଟିଂ, ଏବଂ ସର୍କଲ୍ ଟୁ ସର୍ଚ୍ଚ। ୯୦ ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଏଥିରେ ୬୫୦୦ଏମଏଏଚ୍‌ର ବ୍ୟାଟେରୀ ରହିଛି ଏବଂ ୱାଇଫାଇ ୬, ବ୍ଲୁଟୁଥ୍ ୫.୪ ଏବଂ ଏନଏଫ୍‌ସି ଭଳି କନେକ୍ଟିଭିଟି ବିକଳ୍ପ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.