ଗୀତ ଗାଇ ଗାଇ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇଁ ଅନୁରୋଧ କଲେ ପ୍ରଫୁଲ୍ଲ, ଠିକ୍ ସମୟରେ ଡାକ୍ତର ଆସିଲେ ହେବେ ଉପକୃତ

Published By : Prameya-News7 Bureau | July 01, 2025 IST

ଯାଜପୁର ୧।୭: ଗୀତ ଗାଇ ଗାଇ ଘର ପାଇଁ କରିଥିଲେ ନିବେଦନ । ମୁଖ୍ୟମନ୍ତ୍ରୀ ଶୁଣିଥିଲେ ଗୁହାରୀ । ଘର ପାଇଥିଲେ ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଦୃଷ୍ଟିବାଧିତ ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସ । ଏବେ ପୁଣି ସମାନ ଢଙ୍ଗରେ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇଁ କରିଛନ୍ତି ଅନୁରୋଧ । ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇଁ ମେଡିକାଲ ଆସିଥିଲେ ମଧ୍ୟ ଡାକ୍ତର ଠିକ୍ ସମୟରେ ଆସିନଥିଲେ । ଡାକ୍ତର ଠିକ୍ ସମୟରେ ଆସିନଥିବାରୁ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇବାରୁ ବଞ୍ଚିତ ହୋଇଥିବା ସେ ଗୀତ ଗାଇ ଗାଇ ସରକାରଙ୍କୁ ନିବେଦନ କରିଛନ୍ତି । ଡାକ୍ତର ଠିକ୍ ସମୟରେ ଆସିଲେ ବହୁ ଦିବ୍ୟାଙ୍ଗ ଉପକୃତ ହେବା ଲାଗି ସେ ଏଭଳି ପ୍ରୟାସ କରିଥିବା ପ୍ରଫୁଲ୍ଲ କହିଛନ୍ତି ।

ଦୃଷ୍ଟିବାଧିତ ହୋଇ ମଧ୍ୟ ତାଙ୍କର ଗୀତ ମାଧ୍ୟମରେ କରାଯାଇଥିବା ଅନୁରୋଧ ସମସ୍ତଙ୍କ ହୃଦୟକୁ ବେଶ୍ ଛୁଇଁଛି । ଆଉ ଏହି ଅନୁରୋଧର ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗତ ଜୁନ୍ ମାସରେ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସଙ୍କ ସମସ୍ୟା ବିଷୟରେ ଖବର ପାଇ ତାଙ୍କୁ ଘର ଯୋଗାଇଦେବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।



You Can Read:

ଗୁଣ୍ଡିଚା ମନ୍ଦିରରେ ଛଦ୍ମବେଶୀ ସେବାୟତ, ସିଂହଦ୍ଵାର ଦେଇ ପ୍ରବେଶ ବେଳେ ଅଟକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.