ଶିକ୍ଷକ ମାନଙ୍କ ପରାମର୍ଶରେ ୨୦୩୬ ପାଇଁ ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ସହ ନୂଆ ଓଡ଼ିଶା ଗଠନ କରାଯିବ

Published By : Prameya-News7 Bureau | June 12, 2025 IST

କଟକ ୧୨: ମଧ୍ୟରାତ୍ରିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଚାନକ କଟକ ଗସ୍ତ । କଟକ ଗତିରାଉତପାଟଣାରେ ଶିକ୍ଷା ବିକାଶ ସମିତିର ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀରେ ହଠାତ ମଧ୍ୟରାତ୍ରିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଗତିରାଉତପାଟଣାରେ ମୁଖ୍ୟମନ୍ତ୍ରୀ ପହଞ୍ଚି ରାତି ପ୍ରାୟ ସାଢେ଼ ଗୋଟାଏ ପର୍ଯ୍ୟନ୍ତ ପ୍ରଧାନ ଆଚାର୍ଯ୍ୟ ମାନଙ୍କ ସହ ଭାବ ବିନିମୟ କରିବା ସହ ମଞ୍ଚରୁ ଉଦବୋଧନ ମଧ୍ୟ ଦେଇଥିଲେ । ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପାଳନ ହେବାକୁ ଥିବାରୁ ଏଥିରେ ଶିକ୍ଷକ ମାନଙ୍କର ବଡ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

ଏହି ଅବସରରେ ଶିକ୍ଷକ ମାନଙ୍କର ସ୍ବପ୍ନର ଓଡ଼ିଶା କିଭଳି ହେବା ଆବଶ୍ୟକ ସେ ନେଇ ଶିକ୍ଷକ ମାନେ ସରକାରଙ୍କୁ ଲିଖିତ ଆକାରରେ ଦେବା ପାଇଁ ଆହ୍ୱାନ କରିଥିଲେ ମୁଖ୍ୟମନ୍ତ୍ରୀ । ଶିକ୍ଷକ ମାନଙ୍କ ପରାମର୍ଶ ଅନୁସାରେ ୨୦୩୬ ପାଇଁ ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ସହ ସେହି ଧାରାରେ ନୂଆ ଓଡ଼ିଶା ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

ଗତ ୧୦ ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀର ଉଦଘାଟନ ମୁଖ୍ୟମନ୍ତ୍ରୀ କରିବାରଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ପହଞ୍ଚି ପାରିନଥିଲେ ।

You Can Read:

ରାଜ୍ୟରେ ବିଜେପି ସରକାରକୁ ପୂରିଲା ବର୍ଷେ, ସରକାରୀ ଯୋଜନା ନେଇ ଲୋକଙ୍କୁ ସଚେତନ କରିବ ‘ବିକାଶ ବାହନ’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.