Nitish Kumar Rajya Sabha nomination; ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆସି ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ନୀତୀଶ କୁମାର

NEWS7
virologist-andrew-says-corona-fourth-wave

ପାଟନା: ଗତ ୪ ମାସ ତଳେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତୀଶ କୁମାର ଗୁରୁବାର ରାଜ୍ୟସଭା ପାଇଁ ନାମାନଙ୍କନ ଦାଖଲ କରିଛନ୍ତି। ଏହି ଘଟଣା ପରେ ବିହାର ରାଜନୀତିରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ନୀତୀଶଙ୍କ ପରେ କିଏ ବିହାରର ମଙ୍ଗ ସମ୍ଭାଳିବ ତାକୁ ନେଇ ଏବେ ଚର୍ଚ୍ଚା।

ପାଖାପାଖି ୪ ମାସ ତଳେ ବିହାର ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁ ନେତୃତ୍ୱାଧୀନ ଏନଡିଏ ବହୁମତ ହାସଲ କରିଥିଲା। ଏହାପରେ ନୀତୀଶ କୁମାର ଦଶମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ ଏହି କାର୍ଯ୍ୟକାଳ ତାଙ୍କର ସ୍ୱଳ୍ପକାଳୀନ ହୋଇପାରେ ବୋଲି ସେତେବେଳେ ବି ଆଲୋଚନା ହୋଇଥିଲା। ଆଉ ଆଜି ରାଜ୍ୟସଭା ପାଇଁ ନାମାନଙ୍କନ ଦାଖଲ କରିବା ପରେ କଥା ସ୍ପଷ୍ଟ ହୋଇଛି।

ନାମାଙ୍କନ ଦାଖଲ ପାଇଁ ଆଜି ନୀତୀଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ଏନ୍ଡିଏର ଅନ୍ୟ ନେତାମାନଙ୍କ ସହ ଆସିଥିଲେ।