LIVE TV

‘ଭୋଟ୍‌ ଚୋରି ପ୍ରମାଣ ’ : ଦୁଇ ରାଜ୍ୟରେ ଭୋଟିଂ ପାଇଁ ରାକେଶ ସିହ୍ନା ଓ ବିଜେପି ନେତାଙ୍କ ଉପରେ ବିରୋଧୀଙ୍କ ଆକ୍ରମଣ

NEWS7
virat-kohli-vs-gautam-gambhir-fight-eyewitness-reveals-details

ନୂଆଦିଲ୍ଲୀ : ବିରୋଧୀ ଦଳଗୁଡ଼ିକ ବୁଧବାର ବିଜେପି ନେତାମାନଙ୍କ ଉପରେ ଗୋଟିଏରୁ ଅଧିକ ରାଜ୍ୟରେ ଭୋଟ୍ ଦେବାର ଅଭିଯୋଗ କରି ଏହାକୁ "ଭୋଟ ଚୋରିର ପ୍ରୁଫ୍‌" ବୋଲି କହିଛନ୍ତି। ଆମ ଆଦମୀ ପାର୍ଟି (ଆପ୍‌), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ କଂଗ୍ରେସ ଦାବି କରିଥିଲେ ଯେ, ଆରଏସଏସ ଆଦର୍ଶବାଦୀ ରାକେଶ ସିହ୍ନା ଦିଲ୍ଲୀ ଏବଂ ବିହାର ଦୁଇ ନିର୍ବାଚନରେ ​​ଭୋଟ୍‌ ଦେଇ ଥିଲେ।

ଆପ୍‌ ନେତା ସୌରଭ ଭରଦ୍ୱାଜ ସିହ୍ନାଙ୍କ ପୋଷ୍ଟର ସ୍କ୍ରିନସଟ୍‌ ସେୟାର କରି ( ଯେଉଁଥିରେ ତାଙ୍କୁ ୫ ଫେବ୍ରୁଆରୀ ୨୦୨୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଓ ଗୁରୁବାର ବିହାର ବିଧାନସଭା ନିର୍ବାଚନରେ ଭୋଟ ଦେଉ ଥିବାର ଦେଖିବାକୁ ମିଳିଥିଲା ) ଏକ୍ସରେ ଲେଖିଛନ୍ତି: "ରାକେଶ ସିହ୍ନା ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଏବଂ ପୁଣି ଆଜି ବିହାର ନିର୍ବାଚନରେ ​​ଭୋଟ ଦେଇଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମୋତିଲାଲ ନେହେରୁ କଲେଜରେ ପାଠ ପଢାନ୍ତି, ତ ସେ ବିହାରରେ ଠିକଣା କେମିତି ଦେଇ ପାରିବେ ? ଆପଣଙ୍କୁ କଣ ଲାଗୁଛି ଯେ, ଯଦି ଚୋରି ଧରାପଡ଼ି ଯାଏ ତ ବିଜେପି କଣ ସୁଧୁରି ଯିବ ? କେବେ ନୁହେଁ , ସେ ସର୍ବସାଧାରଣରେ ଏମତି କରି ଚାଲିବେ।

ଆଜି ବି AQI ଷ୍ଟେସନ ଗୁଡ଼ିକରେ ନକଲି ତଦାରଖ ଜାରି ରହିଛି। ​​​​​​​ବିରୋଧୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବିଜେପି ଦିଲ୍ଲୀ ପୂର୍ବାଞ୍ଚଳ ମୋର୍ଚ୍ଚା ସଭାପତି ସନ୍ତୋଷ ଓଝା ଏବଂ ଦଳୀୟ କର୍ମୀ ନାଗେନ୍ଦ୍ର କୁମାର ସେହି ଲୋକଙ୍କ ମଧ୍ୟରେ ସାମିଲ ଥିଲେ , ଯିଏକି ଦିଲ୍ଲୀ ଓ ବିହାର ଉଭୟ ସ୍ଥାନରେ ଭୋଟ୍‌ ଦେଇଥିଲେ। ରାକେଶ ସିହ୍ନା ଅଭିଯୋଗ ଗୁଡ଼ିକୁ ଖାରଜ କରି କହିଛନ୍ତି ଯେ, ସେ ତାଙ୍କ ଭୋଟର ପଞ୍ଜୀକରଣ ଦିଲ୍ଲୀରୁ ବିହାର ସ୍ଥିତ ତାଙ୍କ ଗାଁକୁ ସ୍ଥାନାନ୍ତର କରି ନେଇଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ, ଅଭିଯୋଗ ବିରୁଦ୍ଧରେ ମାନହାନି ମାମଲା ଦାୟର କରିବେ। ସିହ୍ନା ଏକ୍ସରେ କହିଛନ୍ତି , ମୁଁ କେବେ ଭାବି ନଥିଲି ଯେ, ରାଜନୀତି ଏତେ ନିମ୍ନ ସ୍ତରକୁ ଚାଲିଯିବ। ସମ୍ୱିଧାନର ସମ୍ମାନ କରୁଥିବା ଲୋକଙ୍କ ଆସ୍ଥା ଉପରେ ପ୍ରଶ୍ନ ଉଠାଉ ଥିବା ଲୋକ କହିବା ପୂର୍ବରୁ ଶହେ ଥର ଭାବିବା ଉଚିତ୍‌। ମୋ ନାମ ପ୍ରଥମେ ଭୋଟର ତାଲିକାରେ ଥିଲା , କିନ୍ତୁ ଯେହେତୁ ମୁଁ ବିହାର ରାଜନୀତିରେ ସକ୍ରିୟ ଅଛି, ମୁଁ ଏହାକୁ ମୋର ଗାଁ ମନସେରପୁର (ବେଗୁସରାଇ)କୁ ସ୍ଥାନାନ୍ତର କରି ନେଲି। ଏହି ଭିତ୍ତିହୀନ ଅଭିଯୋଗ ପାଇଁ ମୁଁ କ'ଣ ମାନହାନି ମାମଲା ଦାୟର କରିବା ଉଚିତ୍‌ ?"