ମୁଲାୟମ ପରିବାର ସହ ଭାଙ୍ଗିବ ଅପର୍ଣ୍ଣାଙ୍କ ସମ୍ପର୍କ, ଛାଡ଼ପତ୍ର ଦେବେ ପ୍ରତୀକ ଯାଦବ

NEWS7
virat-kohli-breaks-multiple-ipl-records-most-50s-to-300-sixes-for-rcb

ନୂଆଦିଲ୍ଲୀ ୧୯/୦୧: ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେବେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ । ଇନଷ୍ଟାଗ୍ରାମରେ ଏହି ସୂଚନା ପୋଷ୍ଟ କରି ଲେଖିଛନ୍ତି । କହିଛନ୍ତି ସ୍ୱାର୍ଥପର ମହିଳା ମୋ ପରିବାରକୁ ନଷ୍ଟ କରିଦେଇଛନ୍ତି । ମୋର ମାନସିକ ସ୍ଥିତିକୁ ବି ବିଗାଡିଦେଇଛନ୍ତି । ତଥାପି, ଅପର୍ଣ୍ଣା ଯାଦବ ଏପର୍ଯ୍ୟନ୍ତ ଛାଡପତ୍ର ଗୁଜବ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।

ପ୍ରତୀକ ମଧ୍ୟ ଗଣମାଧ୍ୟମକୁ ଆନୁଷ୍ଠାନିକ ଭାବରେ କୌଣସି ବିବୃତ୍ତି ପ୍ରକାଶ କରିନାହାଁନ୍ତି। ସେ ତାଙ୍କର ମାନସିକ ଅବସ୍ଥାକୁ ଖରାପ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହି କଷ୍ଟକର ସମୟରେ ମଧ୍ୟ ତାଙ୍କ ସ୍ତ୍ରୀ ତାଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ । ଅପର୍ଣ୍ଣା ଯାଦବଙ୍କୁ ସ୍ୱାର୍ଥପର ବୋଲି କହି ପ୍ରତୀକ ତାଙ୍କ ପାରିବାରିକ ସମ୍ପର୍କ ଭାଙ୍ଗିଥିବା ବିଷୟରେ ଲେଖିଛନ୍ତି ।ସେ କହିଛନ୍ତି ଯେ ଅପର୍ଣ୍ଣା କେବଳ ନିଜର ପ୍ରସିଦ୍ଧି ଚାହାଁନ୍ତି । ସେ ( ପ୍ରତୀକ) ଏକ ମାନସିକ ଅବସ୍ଥା ଦେଇ ଗତି କରୁଛନ୍ତି, କିନ୍ତୁ ଅପର୍ଣ୍ଣା ଯାଦବ ତାଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ ।

 

ପ୍ରତୀକ କଠୋର ଶବ୍ଦରେ ଲେଖିଛନ୍ତି । ଏପରି ଖରାପ ଆତ୍ମା କେବେ ଦେଖିନାହିଁ ବୋଲି ସେ ଲେଖିଛନ୍ତି ।ପ୍ରତୀକ ଯାଦବଙ୍କ ଏହି ପୋଷ୍ଟ ପରେ ରାଜନୈତିକ ପ୍ରତିକ୍ରିୟା ତୀବ୍ର ହେବ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଜେପି ନେତ୍ରୀ ତଥା ଉତ୍ତର ପ୍ରଦେଶ ମହିଳା କମିଶନ ଉପାଧ୍ୟକ୍ଷା ଅପର୍ଣ୍ଣା ଯାଦବ ଏବଂ ପ୍ରତୀକ ଯାଦବଙ୍କ ବିବାହ ପୂର୍ବରୁ ବହୁ ରାଜନୈତିକ ବିବାଦର କେନ୍ଦ୍ରବିନ୍ଦୁ ହୋଇସାରିଛି।

ପ୍ରତୀକଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ରାଜନୈତିକ ଏବଂ ପାରିବାରିକ ମହଲରେ ହଇଚଇ ସୃଷ୍ଟି କରିଛି। ପ୍ରତୀକ ସାଧାରଣତଃ ବ୍ୟବସାୟରେ ମନ ଦେଇଥାଆନ୍ତି । ଦାମୀ କାର୍ ଚଢିବାରେ ତାଙ୍କର ସଉକ୍ । ସେ ରାଜନୀତିରୁ ଦୂରେଇ ରୁହନ୍ତି । କିନ୍ତୁ ତାଙ୍କ ପତ୍ନୀ ଅପର୍ଣ୍ଣା ରାଜନୀତିରେ ବେଶ୍ ସକ୍ରିୟ ।