ସଂପତ୍ତି ଲୋଭରେ ଝିଅକୁ ଶୂଶ୍ୱର ଘର ଲୋକେ ମାରିଦେଲେ, ଅଭିଯୋଗ ଆଣିଲେ ମୃତକର ପରିବାର ଲୋକେ

NEWS7
violent-clashes-break-out-at-assam-mizoram-border

କଟକ: ପ୍ରେମ ବିବାହ କରିଥିଲେ। ପରସ୍ପରର ସାଥୀ ହୋଇ ରହିବାକୁ କଥା ଦିଆ ନିଆ ହୋଇଥିଲେ। ନିଜ ପ୍ରେମକୁ ସାର୍ଥକ କରିବାକୁ ଉଭୟ ପରସ୍ପରର ହାତ ବି ଧରିଥିଲେ। ବାହାଘରକୁ ବର୍ଷେ ପୂରିଥିବାବେଳେ ସଂସାରକୁ ଆଗକୁ ନେବାକୁ ରହିଲେନି ଘରର ଗୃହ ଲକ୍ଷ୍ମୀ। ସବୁଦିନେ ପାଇଁ ଛାଡ଼ି ଆରପାରିକି ଚାଲିଗଲେ। ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କିନ୍ତୁ ଏବେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ମାଣିକପୁର ଗାଁରେ ।

ସୂଚନାନୁସାରେ ମାଣିକପୁର ଗାଁର ଶ୍ରୀନିବାସ ନାଥ ମାଳିଗାଁ ପ୍ରେମାନନ୍ଦ ସାହୁଙ୍କ ଝିଅ ସ୍ଥିତିପ୍ରଜ୍ଞା ସାହୁ ଗତ ବର୍ଷ ପ୍ରେମ ବିବାହ କରିଥିଲେ। ପ୍ରେମାନନ୍ଦଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ପୁଅ ନଥିବାରୁ ତାଙ୍କ ସମ୍ପତ୍ତିରୁ ଭାଗ ଆଣିବା ପାଇଁ ସବୁବେଳେ ସ୍ଥିତିପ୍ରଜ୍ଞାଙ୍କ ଶ୍ୱଶୂର ଓ ସ୍ୱାମୀ ଚାପ ପକାଇ ଧମକଚମକ ଦେଉଥିଲେ। ଗତକାଲି ସନ୍ଧ୍ୟାରେ ଅତ୍ୟଧିକ ଚାପ ପଡ଼ିବା ହେତୁ ସ୍ଥିତିପ୍ରଜ୍ଞା ଫ୍ୟାନ୍ ରେ ଲୁଗା ଲଗାଅ ଆତ୍ମହତ୍ୟା କରିଛନ୍ତି।

ଅନ୍ୟପଟେ ଝିଅର ମୃତ୍ୟୁ ପାଇଁ ଶାଶୂ ଘର ଲୋକେ ଦାୟୀ ବୋଲି ନେମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ସ୍ଥିତିପ୍ରଜ୍ଞା ଙ୍କ ମା' । ନେମାଳ ଥାନା ପୋଲିସ, ସ୍ଥାନୀୟ ମାଜିଷ୍ଟ୍ରେଟ ଏବଂ ସାଇଣ୍ଟିଫିକ୍ ସହାୟତାରେ ତଦନ୍ତ କରିବା ସହ ନେମାଳ ଥାନାରେ କେଶ୍ ନମ୍ବର ୨୬୦/୨୦୨୫ ରେ ମାମଲା ରୁଜୁ କରି ଶବ ଜବତ୍ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛନ୍ତି।