ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧା ତଥା ଜୁଲାନାରୁ କଂଗ୍ରେସ ବିଧାୟକ ଭିନେଶ ଫୋଗାଟ ସରକାରଙ୍କୁ ନିଜ ପସନ୍ଦ ଜଣାଇଛନ୍ତି । ତାଙ୍କୁ ସରକାରୀ ଚାକିରି, ପ୍ଲଟ୍ କିମ୍ୱା ୪ କୋଟି ଟଙ୍କା କ୍ୟାସ୍ ବିକଳ୍ପ ଦିଆଯାଇଥିଲା । ୨୦୨୪ ପ୍ୟାରିସ୍ ଅଲିମ୍ପିକରେ ସେ ଫାଇନାଲ୍ ଯାଏଁ ପହଞ୍ଚିଥିଲେ । କିନ୍ତୁ ୧୦୦ ଗ୍ରାମ ଓଜନ ଅଧିକ ହେବା ଯୋଗୁଁ ସେ ଫାଇନାଲ୍ ମୁକିବାଲ୍ ଖେଳିବା ପାଇଁ ଅଯୋଗ୍ୟ ହୋଇଥିଲେ ।
ଖବର ଅନୁସାରେ ଫୋଗାଟ ହରିୟାଣା ସରକାରଙ୍କ ୪ କୋଟି ଟଙ୍କାର ଅଫର୍କୁ ସ୍ୱୀକାର କରିଛନ୍ତି । ଫୋଗାଟଙ୍କ ସହମତି ପତ୍ର ଖେଳ ବିଭାଗକୁ ମିଳିସାରିଛି । କୁସ୍ତି ଯୋଦ୍ଧାଙ୍କୁ ଅର୍ଥରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନାୟକ ସିଂହ ସୈନୀ ଫୋଗାଟଙ୍କୁ ରୌପ୍ୟ ବିଜେତାଙ୍କ ପରି ସମ୍ମାନ କରିବେ ବୋଲି ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ ସୈନୀଙ୍କ ଘୋଷଣା ପରେ ବି କିଛି ନମିଳିବାରୁ ଫୋଗାଟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ । ସେ ବିଧାନସଭାର ବଜେଟ୍ ଅଧିବେଶନରେ କହିଥିଲେ ଯେ ସରକାର ତାଙ୍କୁ ସିଲଭର୍ ମେଡାଲିଷ୍ଟ ପରି ସମ୍ମାନ ଦେବେ ବୋଲି ଘୋଷଣା କରିଥିଲେ । ଏହା ଭିତରେ ୮ ମାସ ବିତି ସାରିଛି, ତଥାପି କିଛି ମିଳିଲା ନାହିଁ ।
ଫୋଗାଟ କହିଥିଲେ ଯେ ପ୍ୟାରିସର ଫାଇନାଲ୍ରେ ପହଞ୍ଚିବା ପରେ ଯାହା କିଛି ଘଟିଲା ତାହା ପରତ୍ମାତାଙ୍କ ଇଚ୍ଛା ଥିଲା ଓ ମୁଁ ଏହାକୁ ସ୍ୱୀକାର କରିଥିଲେ । ସେତେବେଳେ ଆମ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଭିନେଶ ଆମ ଝିଅ ଓ ତାଙ୍କୁ ରୌପ୍ୟ ବିଜେତାଙ୍କ ପରି ସମ୍ମାନ ଦିଆଯିବ । କିନ୍ତୁ ଆଜି ଯାଏ ସେମାନେ ନିଜ ପ୍ରତିଶ୍ରୁତି ପୂରଣ କଲେ ନାହିଁ ।
ଏହାପରେ ରାଜ୍ୟ ସରକାର ୨୦୧୯ର କ୍ୟାସ୍ ଆୱାର୍ଡର ଖେଳ ପଲିସି ଅନୁସାରେ ଭିନେଶଙ୍କୁ ତିନୋଟି ବିକଳ୍ପ ଦିଆଯାଇଥିଲା । ସରକାରୀ ଚାକିରି, ହରିୟାଣା ନଗର ଉନ୍ନୟନ ବିକାଶ ପ୍ରାଧିକରଣର ପ୍ଲଟ୍ କିମ୍ୱା ୪ କୋଟି ଟଙ୍କାର ଅର୍ଥରାଶି ମଧ୍ୟରୁ ଗୋଟିଏକୁ ଚୟନ କରିବା ଅଫର୍ ଦିଆଯାଇଥିଲା ।
ଭିନେଶ ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକର ୫୦ କିଲୋଗ୍ରାମ ବର୍ଗର ଫାଇନାଲରେ ପହଞ୍ଚିଥିଲେ । ୨୦୨୪ ଅଗଷ୍ଟ ୭ରେ ମ୍ୟାଚ୍ ପୂର୍ବରୁ ତାଙ୍କର ଓଜନ ୫୦ କେଜିରୁ ୧୦୦ ଗ୍ରାମ ଅଧିକ ଥିଲା । ଏହି କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏହାପରେ ଅଗଷ୍ଟ ୮ରେ ଫୋଗାଟ କୁସ୍ତିରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଥିଲେ । ସେହି ବର୍ଷ ଡିସେମ୍ୱର ୬ରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । ହରିୟାଣା ବିଧାନସଭା ନିର୍ବାଚନରେ ସେ ଜୁଲାନା ଆସନରୁ ଲଢି ୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।