ଭୁବନେଶ୍ୱର: ଶସ୍ୟ ପରିବହନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର। କ୍ବିଣ୍ଟାଲ ପିଛା ସର୍ବାଧିକ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି। ଏଥିପାଇଁ ଖର୍ଚ୍ଚ ହେବ ଅତିରିକ୍ତ ୮ କୋଟି ୬୫ ଲକ୍ଷ। ଚାଉଳ ଓ ଗହମ ପରିବହନ ଖର୍ଚ୍ଚ ପାଇଁ ମିଳିବ। ବର୍ଦ୍ଧିତ ମୂଲ୍ୟ ପାଇ ପାରିବେ ଏଜେଣ୍ଟ। ବର୍ଦ୍ଧିତ ମୂଲ୍ୟ ରାଶିକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ।
ଏହା ସହ ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି। ସେମାନଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ବୃହତ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ଗଠନ କରାଯାଇଛି। ଏହା ମଧ୍ୟରେ ୧୫୪୨ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଗଠନ କରାଯାଇଛି। ଏହି ନବଗଠିତ ସଂସ୍ଥା ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି ।
ଏହା ଅନୁଯାୟୀ, ପ୍ରତ୍ୟେକ ନବଗଠିତ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ କାର୍ଯ୍ୟକ୍ଷମ ହେବାପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ମୂଳଧନ ଦିଆଯିବ। ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା ନବଗଠିତ ୧୫୪୨ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସକୁ ମୂଳଧନ ଭାବରେ ୭୬.୮୦ କୋଟି ଟଙ୍କା ପ୍ରଦାନ କରାଯିବ। ଏହାଦ୍ୱାରା ରାଜ୍ୟର ସମବାୟ କ୍ଷେତ୍ର ସୁଦୃଢ଼ ହେବା ସହିତ ଚାଷୀଭାଇମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।