ଦୁଇ ଦିନ ହେଲା ଜଳୁଛି ଇରାନ: ଆମେରିକୀୟ ଡଲାର ତୁଲନାରେ ରସାତଳକୁ ଗଲାଣି ରିଆଲ, ମୁଦ୍ରାସ୍ଫୀତି ୪୨%ରୁ ଅଧିକ

NEWS7
villagers-strike-in-front-of-collector-office-in-sonepur

ତେହରାନ: protests in Iran, ଜଳୁଛି ଇରାନ। ସହରର ଗଳିକନ୍ଦି, ଛକ ବଜାର ସବୁଠି ହୋହଲ୍ଲା। ଜନତାଙ୍କ ଆକ୍ରୋସ। ଜନ ସମୁଦ୍ରକୁ ରୋକିବାକୁ କେବେ ଟିୟର ଗ୍ୟାସ୍ ତ ଆଉ କେବେ ଫଲ୍ସ ଫାଇରିଂ କରୁଛନ୍ତି ଇରାନ ପୁଲିସ। ଗତ ଦୁଇ ଦିନ ହେଲାଣି ଇରାନରେ ଲାଗି ରହିଛି ଏଭଳି ସ୍ଥିତି। ଟାର୍ଗେଟ୍‌ରେ ସୁପ୍ରିମ ଲିଡର ଅୟାତୋଲ୍ଲା ଅଲୀ ଖାମିନେଇ। କାରଣ ରସାତଳକୁ ଗଲାଣି ଦେଶର ଅର୍ଥନୀତି। ଦରଦାମ ଏତେ ଯେ ସାଧାରଣ ଲୋକର ଜୀବନ ବଞ୍ଚିବା ବି ଦୁର୍ବିସହ ହୋଇପଡ଼ିଲାଣି।

ଆମେରିକୀୟ ଡଲାର ତୁଳନାରେ ଇରାନୀ ରିଆଲ୍ ଏବେ ସର୍ବନିମ୍ନ ସ୍ତରରେ। ଆମେରିକୀୟ ଡଲାର ତୁଳନାରେ ଇରାନର ରିଆଲ୍ ଖସିଲାଣି ୪୨,୦୦୦ରୁ ଅଧିକ। ଦେଶରେ ମହଙ୍ଗା ସ୍ଥିତି ବି ୪୨%ରୁ ଅଧିକ। ଗତ ୩ ବର୍ଷରେ ଖାମିନେଇଙ୍କ ଶାସନରେ ଏହା ସବୁଠାରୁ ବଡ଼ ଆନ୍ଦୋଳନ।

ଆମେରିକା କହୁଛି ଇରାନବାସୀ ଆଉ ଇସ୍ଲାମିକ ଶାସନ ଚାହୁଁ ନାହାନ୍ତି। ସେମାନେ ଏବେ ମୌଲାନା ଶାସନ ହଟାଇବାକୁ ଆନ୍ଦୋଳନ କରୁଛନ୍ତି। ଇରାନୀ-ଆମେରିକୀୟ ସାମ୍ବାଦିକ ଏବଂ ଲେଖକ ମାସିହ ଆଲିନେଜାଦ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ଇରାନରୁ ଅନେକ ଭିଡିଓ ଆସୁଛି, ଯେଉଁଥିରେ ଲୋକମାନେ ରାସ୍ତାରେ ଏକ ସ୍ୱରରେ ନାରା ଦେଉଛନ୍ତି: 'ମୁଲ୍ଲାମାନେ ଇରାନ ଛାଡି ଚାଲିଯିବା ଉଚିତ' ଏବଂ ଏକଚ୍ଛତ୍ରବାଦର ମୃତ୍ୟୁ ହେବା ଉଚିତ୍। ଏହା ସେହି ଲୋକଙ୍କର ସ୍ୱର ଯେଉଁମାନେ ଇସଲାମିକ୍ ଗଣରାଜ୍ୟ ଚାହାଁନ୍ତି ନାହିଁ।”

୯୨ ମିଲିଅନରୁ ଅଧିକ ଲୋକଙ୍କ ଦେଶରେ ଆର୍ଥିକ ସଙ୍କଟ ଏବଂ ଆଇନ ଶୃଙ୍ଖଳା ଭଙ୍ଗ ଏବେ ଇରାନର ଧର୍ମଗୁରୁ ଶାସନ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୂର୍ବରୁ ଇସ୍ରାଏଲୀ ଓ ଆମେରିକା ଏହାର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ଓ ଡୋନାଲ୍ଡ ଟ୍ରମ୍ପଙ୍କ ସର୍ବାଧିକ ଚାପ ନୀତିର ପ୍ରଭାବରୁ ଇରାନର ଖାମେନି ଶାସନ ପୁନୁରୁଦ୍ଧାର ପାଇଁ ଚେଷ୍ଟା କରୁଥିବା ବେଳେ ଏବେ ପୁଣି ଆନ୍ଦୋଳନ ସାଂଘାତିକ ସମସ୍ୟା ସୃଷ୍ଟି କରିଛି। ତେଣୁ ଏହି ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠିଛି। ଏହା ପଛରେ ଆମେରିକାର ହାତ ନାହିଁ ତ?

କିଛି ଆନ୍ଦୋଳନକାରୀମାନେ ଖାମେନି ଶାସନକୁ ବିରୋଧ କରୁଛନ୍ତି। ୧୯୭୯ ମସିହାରେ ଯେଉଁ ଶାହ ମହମ୍ମଦ ରେଜା ପହଲାଭିଙ୍କ ଶାସନକୁ କ୍ଷମତାଚ୍ୟୁତ କରି ଖାମେନି ଶାସନ କ୍ଷମତାକୁ ଆସିଥିଲା, ଲୋକେ ଏବେ ଏହି ଶାସନକୁ କ୍ଷମତା ଚ୍ୟୁତ କରିବାକୁ ଚାହୁଁଛନ୍ତି।