ଦାରିଙ୍ଗବାଡି ୨।୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରୁ ସିମନବାଡ଼ି ରାସ୍ତାରେ ଗୁରୁମୁଣ୍ଡା ଠାରେ ନିର୍ମାଣ ହେଉଥିବା ପୋଲ ଅତି ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏହି ପୋଲ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୨ କୋଟି ୮୫ ଲକ୍ଷ ୧୯ ହଜାର ୮୪୪ ଟଙ୍କା ମଞ୍ଜୁର କରାଯାଇଥିଲା । ହେଲେ ଏହି କାମ ଡିସେମ୍ବର ମାସ ୨୦୨୪ ମସିହାରୁ ଆରମ୍ଭ ହୋଇଥିଲା । ଏହାର କାମ ୨୦୨୫ ମସିହା ମାର୍ଚ୍ଚ ମାସରେ ସରିବା କଥା କିନ୍ତୁ ଏହା ନିର୍ଦ୍ଧାରିତ ସମୟ ଅତିକ୍ରମ କରିସାରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଯାହା ଫଳରେ ବୁଡ଼ାଗୁଡା ପଞ୍ଚାୟତକୁ ଆସିବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅଞ୍ଚଳର ରହୁଛନ୍ତି ଲକ୍ଷେରୁ ଉର୍ଦ୍ଧ୍ବ ଜନସାଧାରଣ । ଏନେଇ ସ୍ଥାନୀୟ ବାସିନ୍ଦା ଠିକାଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲା ପରେ ବି କୌଣସି ସୁଫଳ ମିଳୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଯଦି ଆଗାମୀ ଦିନରେ ଏହି ପୋଲ ନିର୍ମାଣ କାମ ସଠିକ୍ ଭାବରେ ନିର୍ମାଣ କରାନଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବିଜେପି ବ୍ଲକ୍ ସମ୍ପାଦକ କହିଛନ୍ତି ।
You Can Read:
ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା : ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ଓଏଏସ୍ ସଂଘର ଚେତାବନୀ