ଇତିହାସ ରଚିଲେ ଦୀପିକା ପାଦୁକୋନ, ପ୍ରଥମ ଭାରତୀୟ ଭାବେ ପାଇବେ ଏହି ସମ୍ମାନ

Published By : Prameya-News7 Bureau | July 04, 2025 IST

ମୁମ୍ଵାଇ ୦୪।୦୭; ଦୀପିକା ପାଦୁକୋନ ସିନେମା ଜଗତରେ ବହୁତ ନାମ ଅର୍ଜନ କରିସାରିଛନ୍ତି। ତାଙ୍କ ନାମରେ ଅନେକ ବଡ଼ ସଫଳତା ହାସଲ ହୋଇଛି। ଏବେ ଦୀପିକା ଏପରି କିଛି କରିଛନ୍ତି ଯାହା ଭାରତୀୟ ସିନେମା ଇତିହାସରେ ଆଜି ପର୍ଯ୍ୟନ୍ତ କୌଣସି ଅଭିନେତା କରିନାହାଁନ୍ତି । ପ୍ରକୃତରେ ଦୀପିକାଙ୍କ ନାମ ସେହି ବିଶ୍ୱସ୍ତରୀୟ ତାରକାମାନଙ୍କ ମଧ୍ୟରେ ସାମିଲ ହୋଇଛି । ଯାହାକୁ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ରେ ହଲିଉଡ୍ ୱାକ୍ ଅଫ୍ ଫେମ୍ ସମ୍ମାନରେ ସମ୍ମାନିତ କରାଯିବ । ଏହା ସହ ଦୀପିକା ଏହି ସମ୍ମାନ ପାଇବାକୁ ଥିବା ପ୍ରଥମ ଭାରତୀୟ ସେଲିବ୍ରିଟି ହେବେ । ହଲିଉଡ୍ ୱାକ୍ ଅଫ୍ ଫେମ୍ ସମ୍ମାନ କ’ଣ ଆସନ୍ତୁ ଜାଣିବା ?

ଇତିହାସ ସୃଷ୍ଟି କଲେ ଦୀପିକା

ରିପୋର୍ଟ ଅନୁଯାୟୀ, ବିଲବୋର୍ଡ ହଲିଉଡ୍ ୱାକ୍ ଅଫ୍ ଫେମ୍ ପାଇଁ ନୂତନ ନାମ ଗୁଡ଼ିକର ତାଲିକାକୁ ଅଫିସିଆଲ କରିଛି । ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଏହି ସମ୍ମାନ ପାଇବାକୁ ଥିବା ପ୍ରଥମ ଭାରତୀୟ ସେଲିବ୍ରିଟି ହୋଇଥିବାରୁ ଏହି ତାଲିକାରେ ନିଜର ସ୍ଥାନ ସୃଷ୍ଟି କରି ଇତିହାସ ରଚିଛନ୍ତି । ତାଙ୍କୁ ଆସନ୍ତା ବର୍ଷ ୨୦୨୬ରେ ହଲିଉଡ୍ ୱାକ୍ ଅଫ୍ ଫେମ୍‌ରେ ସାମିଲ କରାଯିବ। ଏହାର ଘୋଷଣା ୩ ଜୁଲାଇରେ କରାଯାଇଛି । ତାଙ୍କ ସହ, ଏହି ତାଲିକାରେ ମାରିଅନ୍ କୋଟିଲାର୍ଡ, ଏମିଲି ବ୍ଲଣ୍ଟ, ସେଫ୍ ଗର୍ଡନ୍ ରାମସେ, ରାଚେଲ୍ ମ୍ୟାକଆଡାମ୍ସ, ମାଇଲି ସାଇରସ୍ ଭଳି ଷ୍ଟାରମାନେ ସାମିଲ ଅଛନ୍ତି ।

ହଲିଉଡ୍ ୱାକ୍ ଅଫ୍ ଫେମ୍ କ?

ହଲିଉଡ୍ ୱାକ୍ ଅଫ୍ ଫେମ୍ କାଲିଫର୍ନିଆର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ । ଏପର୍ଯ୍ୟନ୍ତ, ଏହି ୧୫-ବ୍ଲକ୍ ସ୍ଥାନରେ ୨୫୦୦ରୁ ଅଧିକ ତାରକାଙ୍କ ନାମ ସ୍ଥାପିତ ହୋଇଛି। ଯେଉଁଥିରେ ଅଭିନେତା, ଗାୟକ, ନିର୍ଦ୍ଦେଶକ, ଚଳଚ୍ଚିତ୍ର ନିର୍ମାତାଙ୍କ ନାମ ସାମିଲ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳକୁ ପରିଦର୍ଶନ କରିବାକୁ ଆସନ୍ତି । ଏବେ ଦୀପିକାଙ୍କ ନାମ ମଧ୍ୟ ଏଥିରେ ସାମିଲ ହୋଇଛି, ଯାହାଙ୍କ ଉପରେ ଭାରତ ଗର୍ବିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.