୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

NEWS7
villagers-protest-against-abasa-durniti

ଭୁବନେଶ୍ବର: ସ୍ପେଶାଲ ଅପରେସନ ଗ୍ରୁପ (ଏସଓଜି) ଚନ୍ଦକାଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା କହିଛନ୍ତି, ଯୁଦ୍ଧ କୌଶଳ, ଶାରୀରିକ ସାମର୍ଥ୍ୟ, ରଣନୀତି କୌଶଳ ଓ ମାନସିକ ସହନଶୀଳତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ପୁଲିସର ବିଭିନ୍ନ ସଶସ୍ତ୍ର ବାଟାଲିୟନ୍‌ର ୧୭ ଟି ଟିମର ୪୦୨ ଜଣ କମାଣ୍ଡୋ ଅଂଶ ଗ୍ରହଣ କରିଛନ୍ତି ।

ଏହା ସହ ପ୍ରତିଯୋଗିତା କମାଣ୍ଡୋଙ୍କ ମଧ୍ୟରେ କାମ ପ୍ରତି ଆନୁଗତ୍ୟ, ଶୃଙ୍ଖଳା ଓ ଦଳୀୟ ସମନ୍ୱୟକୁ ବଢ଼ାଇବାରେ ସକ୍ଷମ ହେବ ବୋଲି ଗୁରୁତ୍ୱାରୋପ କରିଥିଲେ। ଏହା  ବ୍ୟତୀତ ଯେକୌଣସି ପ୍ରତିକୂଳ  ପରିସ୍ଥିତିକୁ ତ୍ୱରିତ ଓ ସଫଳ ଭାବେ ମୁକାବିଲା କରିବା ପାଇଁ କମାଣ୍ଡୋ ମାନଙ୍କୁ ମାନସିକ ସ୍ତରରେ ସୁଦୃଢ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ସଂଜୀବ ପଣ୍ଡା ଆହୁରି ମଧ୍ୟ କହିଥିଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ ଆସୁଥିବା ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ୍‌ଗୁଡ଼ିକୁ ଦୃଷ୍ଟିରେ ରଖି କମାଣ୍ଡୋମାନେ ସଦା ସମୟରେ ଶାରୀରିକ ଓ ମାନସିକ ଭାବେ ଫିଟ୍ ରହିବା ନିତ୍ୟାନ୍ତ ଆବଶ୍ୟକ ।  ଏହା ସହ  ନୂତନ ପ୍ରଯୁକ୍ତି, ଆଧୁନିକ ଅସ୍ତ୍ର ଶସ୍ତ୍ର  ଓ ରଣନୀତି କୌଶଳ ସହ ନିଜକୁ  ଅପଡେଟ ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । 

ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସଶସ୍ତ୍ର ପୋଲିସ ବ୍ୟାଟାଲିୟନ୍‌ର କମାଣ୍ଡୋ ମାନେ ଅଂଶଗ୍ରହଣ କରି ଓବସ୍ଟାକଲ୍ କୋର୍ସ, ୫ କିଲୋଗ୍ରାମ ଓଜନର ବ୍ୟାକପ୍ୟାକ୍ ପିନ୍ଧି କନଫିଡେନ୍ସ କୋର୍ସରେ ୧.୩ କିଲୋମିଟର ଦୌଡ଼, ୫ କିଲୋଗ୍ରାମ ଓଜନର ବ୍ୟାକପ୍ୟାକ୍ ସହିତ କ୍ରସ୍–କଣ୍ଟ୍ରି  ପଦଯାତ୍ରା, ଫାୟାରିଂ ଭଳି ପ୍ରତିଯୋଗିତାରେ ନିଜ ଦକ୍ଷତା ପ୍ରଦର୍ଶନ କରିବେ । 

ଆରକ୍ଷୀ ମହାନିର୍ଦ୍ଦେଶକ ସଂଜୀବ ପଣ୍ଡା ସମସ୍ତ ଅଂଶଗ୍ରହଣକାରୀ କମାଣ୍ଡୋମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପେଶାଦାର ପ୍ରଶିକ୍ଷଣ ଓ ପ୍ରତିଯୋଗିତା ଜାରି ରଖିବାକୁ ଗୁରୁତ୍ବାରୋପ କରିଥିଲେ । ରାଜ୍ୟର ଆଇନ ଶୃଙ୍ଖଳା ଓ ଶାନ୍ତି ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ସବୁବେଳେ  ପୋଲିସ ବାହିନୀକୁ ଅତ୍ୟାଧୁନିକ, ସକ୍ଷମ ଓ ବିଭିନ୍ନ ଚ୍ୟାଲେଞ୍ଜ୍‌ର ସଫଳ ମୁକାବିଲା କରିବା ନିମନ୍ତେ ଓଡ଼ିଶା ପୋଲିସ ସଦା ସର୍ବଦା ପ୍ରସ୍ତୁତ ଓ ସଜାଗ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । 

ଏହି ଉଦଘାଟନ ସମାରୋହରେ ଏସପି ସ୍ପେଶାଲ ବ୍ରାଞ୍ଚ ରାଜ ପ୍ରସାଦ, ଡେପୁଟି  କମାଣ୍ଡାଣ୍ଟ,ପାୟଲ ଦୟାଲ ବା,  କ୍ରୀଡ଼ା ଅଧିକାରୀ, ନୀଳ ମାଧବ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।