ମାସକୁ ଥରେ ଡାହାଣୀ, ଅନ୍ଧବିଶ୍ବାସ ଓ ବାଲ୍ୟ ବିବାହ ଅଞ୍ଚଳକୁ ଯାଇ ସଚେତନ କରିବାକୁ ପରାମର୍ଶ ଦେଲେ ଉପ ମୁଖ୍ୟମନ୍ତ୍ରୀ

NEWS7
vijay-sethupati-fees-for-shah-rukh-khan-movie-jawaan

ଭୁବନେଶ୍ବର ୨୩।୧୨: ଡାହାଣୀ ସନ୍ଦେହରେ ନିର୍ଯାତନା ଓ ବାଲ୍ୟ ବିବାହ ନିବାରଣ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ । ରାଲି କି ସଭା ସମିତି ନୁହେଁ ଗାଁକୁ ଯାଅ । ଫାଇଲ୍ ନିୟମ ଅନୁଯାୟୀ କାମ କରନି, ସ୍ଥିତିକୁ ଦେଖି କାମ କର । ମାସକୁ ଥରେ ଗୋଟିଏ ଘଣ୍ଟା ଡାହାଣୀ, ଅନ୍ଧବିଶ୍ବାସ ଓ ବାଲ୍ୟ ବିବାହ ଅଞ୍ଚଳକୁ ଗସ୍ତ କରି ସଚେତନ କର ।

ସେପଟେ ଗଣମାଧ୍ୟମରେ ପ୍ରକାଶିତ ସାତଭାୟା ବାଲ୍ୟ ବିବାହକୁ ନେଇ ଉପ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରି  ରିପୋର୍ଟ ତଲବ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାରେ ମୁଁ ରିପୋର୍ଟ ମାଗିଛି । ରିପୋର୍ଟ ଆସିଲେ ନିୟମ ଆଧାରରେ ଆକ୍ସନ ନିହାତି ନିଆଯିବ । ଆମେ ଅପରାଧ ରୋକିବା କିନ୍ତୁ ସମାଜର ସହଯୋଗ ବି ଦରକାର ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।