ଥରେ ସଂକ୍ରମିତ ହୋଇଗଲେ ବଞ୍ଚିବା ଅସମ୍ଭବ, ଜାଣନ୍ତୁ ଏହି ସାଇଲେଣ୍ଟ କିଲରକୁ

NEWS7
vigilance-raid-at-magadh-university-vice-chancellor-residence

ନୂଆଦିଲ୍ଲୀ ୭।୧: ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଓ ଦୈନନ୍ଦିନ ଜୀବନ ସ୍ୱଭାବିକ ବଞ୍ଚୁଛନ୍ତି। ହେଲେ ଦିନେ ଆପଣ ଏପରି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୁଅନ୍ତି ଯାହା ମାତ୍ର କିଛି ଦିନରେ ଆପଣଙ୍କ ଜୀବନ ନେଇଯିବ ଓ ଆପଣଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁର କାରଣ ହେବ। ଆମେ ସେହି ସାଇଲେଣ୍ଟ କିଲର ସମ୍ପର୍କରେ ଏଠାରେ ଆଲୋଚନା କରୁଛେ, ଯାହା ଥରେ ଶରୀରରେ ପ୍ରବେଶ କରିଗଲେ ଆପଣଙ୍କ ବଞ୍ଚିବା ହୁଏତ ଅସମ୍ଭବ ହୋଇପାରେ।

ଆମେ କହୁଛୁ ରାବିଜ ସଂକ୍ରମଣର କଥା। ଏହା ଏପରି ଏକ ସଂକ୍ରମଣ ଯାହା ହୁଏତ ମାମୁଲି ଲାଗିପାରେ ହେଲେ ମେଡିକାଲ ସାଇନ୍ସ ଏ ପର୍ଯ୍ୟନ୍ତ ଏହାର ଚିକିତ୍ସା ଖୋଜି କାଢି ପାରିନି। ରାବିଜ ଏକ ଭୂତାଣୁ ଜନିତ ରୋଗ ଯାହା କୁକୁର, ବିଲେଇ, ମାଙ୍କଡ ଓ ବାଦୁଡି ଭଳି ପଶୁପକ୍ଷୀ କାମୁଡିଲେ ଅଥବା ଆମ୍ପୁଡି ଦେଲେ ମଣିଷ ଦେହକୁ ପ୍ରବେଶ କରେ। ଏଥିରେ ଯଦି ସଂକ୍ରମିତ ପ୍ରାଣୀ କାମୁଡି ଦେଲା ଓ ସମୟ ପୂର୍ବରୁ ଭେକ୍ସିନ ନେଇ ନାହାନ୍ତି ତେବେ ଭାଇରସ ମସ୍ତିଷ୍କ ଓ ନର୍ଭସ ସିଷ୍ଟମ ଉପରେ ଆକ୍ରମଣ କରିଥାଏ।

ଥରେ ଲକ୍ଷଣ ଦେଖାଗଲେ ବଞ୍ଚିବାର ସମ୍ଭାବନା ପ୍ରାୟତଃ ୦%। ରାବିଜ ଭାଇରସ ପଶୁପକ୍ଷୀଙ୍କ ଲାଳରୁ ବ୍ୟାପିଥାଏ। ସଂକ୍ରମିତ ପ୍ରାଣି କାମୁଡିବା, ରାମ୍ପୁଡିବା ଏପରିକି ତା ଲାଳ ଖୋଲା ଘା, ଆଖି ଓ ମୁହଁ ଭଳି ମ୍ୟୁକସ୍ ମେମ୍ବ୍ରେନ ସମ୍ପର୍କରେ ଆସିଲେ ସଂକ୍ରମଣ ହୋଇପାରେ। ଭାରତରେ ଏପରି ଅଧିକାଂଶ ମାମଲା କୁକୁର କାମୁଡିବା ଯୋଗୁ ହୋଇଥାଏ। ରାବିଜର ପ୍ରାରମ୍ଭିକ ଲକ୍ଷଣ ଫ୍ଲୁ ଭଳି ହୋଇଥାଏ। ହେଲେ ମାତ୍ର ୨ରୁ ୩ ଦିନ ମଧ୍ୟରେ ଏହା ପ୍ରାଣ ଘାତକ ହୋଇଯାଏ।

ଏଥିରେ ମୁଣ୍ଡ ବିନ୍ଧା ସହ ଜ୍ୱର, ବିଚଳିତ ହେବା, ଗଳାରେ କଷ୍ଟ ଅନୁଭବ କରିବା ଗିଳି ନ ପାରିବା, ପବନ ଓ ପାଣିକୁ ଭୟ ଲାଗିବା, ପାଟିରୁ ନାଳ ବୋହିବା, ଅତ୍ୟଧିକ ଚିଡଚିଡା ହେବା, ରାଗିବା, ବାତ ମାରିବା, କୋମାକୁ ଯିବା ଓ ଶେଷରେ ମୃତ୍ୟୁ ମୁଖରେ ପଡିବା। ରାବିଜରୁ ବଞ୍ଚିବାକୁ ହେଲେ ପ୍ରାଣୀ କାମୁଡି ଦେବା ପରେ ତୁରନ୍ତ ଟିକାକରଣ କରିବା। ସଂକ୍ରମିତ ପଶୁ କାମୁଡିବାର ୨୪ ଘଣ୍ଟା ମଧ୍ୟରେ ଭେକ୍ସିନ ନେଇନେବା ଜରୁରି। ଏହା ପରେ ୪-୫ଟି ଡୋଜ ଦିଆଯାଏ। ଏହା ଦ୍ୱାରା ସଂକ୍ରମଣକୁ ରୋକାଯାଇ ପାରିବ।