ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ, ଏକାସାଙ୍ଗେ ୮ଟି ସ୍ଥାନରେ ଚାଲିଛି ଚଢାଉ

Published By : Prameya-News7 Bureau | June 30, 2025 IST

ଭୁବନେଶ୍ୱର ୩୦।୦୬ : ଭିଜିଲାନ୍ସ ପଞ୍ଝାରେ ଯୁଗ୍ମ ନିର୍ଦ୍ଦେଶକ । ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି । ଏକାସାଙ୍ଗେ ୮ଟି ସ୍ଥାନରେ ଚାଲିଛି ଚଢାଉ । 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ୮ଟି ଠିକଣାରେ ଚାଲିଛି ରେଡ୍‌ । ଯେଉଁଥିରେ ଭୁବନେଶ୍ୱର, କଳାହାଣ୍ଡି, ନବରଙ୍ଗପୁରରେ ଥିବା ଠିକଣା ରହିଛି । ଦୟାନିଧି ବାଗ ରାୟଗଡ଼ା ଜଳଛାୟା ବିଭାଗର ପୂର୍ବତନ  PD ଥିଲେ । ତେବେ ଭିଜିଲାନ୍ସ ପକ୍ଷରୁ ହୋଇଥିବା ଏହି ଚଢାଉରେ ୧୦ ଜଣ ଡିଏସ୍‌ପି, ୮ଜଣ ଇନ୍‌ସପେକ୍ଟର, ୧୦ ଜଣେ ଏଏସ୍‌ଆଇଙ୍କ ବ୍ୟତୀତ ଅନେକ ଅଧିକାରୀ ସାମିଲ ଅଛନ୍ତି । ଭବାନୀପାଟଣା ସ୍ପେଶାଲ ଜଜ୍‌ ଭିଜିଲାନ୍ସଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ ଚାଲିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.