ଗର୍ଭବତୀ ହେବା ପ୍ରଶ୍ନକୁ ନେଇ ବର୍ଷିଲେ ବିଦ୍ୟା ବାଲନ, କହିଲେ-ମୁଁ ପିଲା ଜନ୍ମ କରିବାର ମେସିନ୍ ନୁହେଁ…

Published By : Prameya-News7 Bureau | June 19, 2025 IST

ମୁମ୍ଵାଇ ୧୯।୦୬; ବଲିଉଡରେ ଅନେକ ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି। ଯେଉଁମାନେ ନିଜର ବୟାନ ଏବଂ ଷ୍ଟାଇଲିସ୍‌ ଲୁକ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏମିତି ଜଣେ ସୁନ୍ଦରୀ ଅଛନ୍ତି ଯିଏ ତାଙ୍କ ଅଭିନୟ ପାଇଁ ସବୁବେଳେ ଲାଇମ୍‌ଲାଇଟ୍‌କୁ ଆସନ୍ତି। ସେ ହେଲେ ବିଦ୍ୟା ବାଲନ। ଏବେ ଗର୍ଭଧାରଣ ଏବଂ ସନ୍ତାନ ବିଷୟରେ ଏମିତି କିଛି କହିଛନ୍ତି ଯାହା ହଙ୍ଗାମା କରିଛି।  

ବିଦ୍ୟା ବାଲନ ତାଙ୍କ କ୍ୟାରିଅର୍‌ରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ଏହି ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ତୃତୀୟ ପତ୍ନୀ। ଏକ ସାକ୍ଷାତକାରରେ, ବିଦ୍ୟା ବାଲନ ସମାଜ ଏବଂ ମହିଳାମାନଙ୍କ ବିଷୟରେ କିଛି କଥା କହିଥିଲେ। ଯାହା ବହୁତ ଚର୍ଚ୍ଚାରେ ଥିଲା। ବିଦ୍ୟା କହିଥିଲେ ଯେ ବିବାହ ପରେ ତାଙ୍କ ଉପରେ ମା’ ହେବା ପାଇଁ ଲଗାତାର ଚାପ ପଡୁଥିଲା, ଲୋକମାନେ ପ୍ରାୟତଃ ତାଙ୍କୁ ଏହା ବିଷୟରେ ପଚାରୁଥିଲେ। ୨୦୧୭ ମସିହାରେ ମଧ୍ୟ ଅଭିନେତ୍ରୀଙ୍କ ଗର୍ଭବତୀ ହେବାର ଖବର ସାମ୍ନାକୁ ଆସିଥିଲା। ସେହି ସମୟ ମଧ୍ୟରେ, ଅଭିନେତ୍ରୀଙ୍କ ଓଜନ ବହୁତ ବଢ଼ିଯାଇଥିଲା। ଏହି କାରଣରୁ ତାଙ୍କୁ ବାରମ୍ବାର କ୍ଲିନିକ୍ ଯିବାକୁ ପଡୁଥିଲା। ଏପରି ପରିସ୍ଥିତିରେ ଲୋକମାନେ କହିବାକୁ ଲାଗିଲେ ଯେ ସେ ଗର୍ଭବତୀ। ଏହା ପରେ ଅଭିନେତ୍ରୀ କହିଥିଲେ ଯେ ପିଲା ଜନ୍ମ କରିବା ନେଇ ଲୋକଙ୍କ ମଧ୍ୟରେ ଏତେ ପାଗଳାମି କ’ଣ? ମୁଁ ପିଲା ଜନ୍ମ କରିବାର ମେସିନ୍ ନୁହେଁ। 

ଅଭିନେତ୍ରୀ କହିଥିଲେ ଯେ ବିବାହ ସ୍ଥାନରେ ମଧ୍ୟ କିଛି ଲୋକ ଏ ବିଷୟରେ ପଚାରିବା ଆରମ୍ଭ କରିଥିଲେ। ସେହି ସମୟରେ ମୁଁ ହନୀମୁନ ବିଷୟରେ ବି ଭାବି ନଥିଲି। ମୋର ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ମୋ ବିବାହ ପରଠାରୁ ମା' ହେବା ବିଷୟରେ ପଚାରୁଛନ୍ତି। ହେଲେ ତାଙ୍କ ସ୍ୱାମୀ ସିଦ୍ଧାର୍ଥ ରୟ କପୁର ଏବଂ ଶାଶୁଘର ଲୋକେ ତାଙ୍କୁ କେବେ ସନ୍ତାନ ଜନ୍ମ କରିବାକୁ ବାଧ୍ୟ କରି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.