LIVE TV

ନିଜ ପ୍ରାର୍ଥୀଙ୍କୁ ବିଜେପିକୁ ପଠାଇବା ପରେ, ବିଜେଡି ଏବେ ପ୍ରାର୍ଥୀ ଦେବାକୁ ବି ଅସମର୍ଥ

NEWS7
veteran-actor-kochu-preman-passes-away-at-the-age-of-68

ଭୁବନେଶ୍ବର ୧୫୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟ ଛକାପଞ୍ଝା । ଏହାରି ଭିତରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ପ୍ରାର୍ଥୀ ଖୋଜୁଛି ବିଜେଡି । ଏଭଳି ସ୍ଥିତିରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭକ୍ତ ଲେଖିଛନ୍ତି, ଓଡ଼ିଶାରେ ବିଜେପି ଆଗରେ ବିଜେଡି ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛି । ନିଜ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଥାନାନ୍ତର କରିବା ପରେ, ସେମାନେ ଏବେ ପ୍ରାର୍ଥୀ ଦେବାକୁ ମଧ୍ୟ ଅସମର୍ଥ ମଣୁଛନ୍ତି । କେବେ ଭାବି ନ ଥିଲୁ ଯେ ବିଜେଡି ଏତେ ତଳକୁ ଖସିଯିବ ଯେ ବିଜୁ ବାବୁଙ୍କ ଐତିହ୍ୟକୁ RSS-BJPକୁ ବିକ୍ରି କରିବ ।

​​​​​​​