ବାରଙ୍ଗ ୧୨।୭: ମୁଣ୍ଡଳୀ ବ୍ରିଜ୍ରୁ ମହାନଦୀକୁ ଯୁବକ ଡେଇଁଥିବା ସନ୍ଦେହ । ମୁଣ୍ଡଳୀ ବ୍ରିଜରୁ ଡେଇଁବା କଥା ସ୍ତ୍ରୀକୁ ଭଏସ୍ ମେସେଜ୍ କରିଥିଲେ । ଶୁକ୍ରବାର ବିଳମ୍ୱିତ ରାତିରେ ବାରଙ୍ଗ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବ୍ରିଜ୍ ଉପରେ ଏକ ଗାଡି ଥୁଆ ହୋଇଥିବା ଦେଖିଥିଲେ । କାହାକୁ ନପାଇବାରୁ ଗାଡିକୁ ଗୋଡିସାହି ଫାଣ୍ଡିକୁ ନେଇଥିଲେ । ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସ ଠାରୁ ଖବର ପାଇ ପରିବାର ଲୋକ ଗୋଡିସାହି ଫାଣ୍ଡିକୁ ଆସିଥିଲେ । ସେମାନଙ୍କ ଠାରୁ ବ୍ରିଜ୍ ଉପରୁ ଉଦ୍ଧାର ଗାଡ଼ିରୁ ଯୁବକଙ୍କ ପରିଚୟ ମିଳିଛି । ଯୁବକ ଜଣକ ଖୋର୍ଦ୍ଧା ବୋଲୋଗଡ ଗବଡି ଗ୍ରାମର ହେମନ୍ତ କୁମାର ସାହୁ ତାଙ୍କ ବୟସ ୩୫ ବର୍ଷ । ସେ ପାରିବାର ସହିତ ସିଡିଏ ସେକ୍ଟର ୧୦ ଅଞ୍ଚଳରେ ରହୁଛନ୍ତି । ସେ କଟକରେ ଧୂପକାଠି ବ୍ୟବସାୟ କରୁଥିଲେ । ଧାର କରଜ କରିଥିବା ପରିବାର ଠାରୁ ଜଣାପଡ଼ିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି କି କେଇଁଆଡେ ଚାଲିଯାଇଛନ୍ତି ତାହା ଏବେ ସନ୍ଦେହ ଘେରରେ ଅଛି ।
You Can Read:
ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ପଜିଟିଭ୍ ଚିହ୍ନଟ, ସଂକ୍ରମିତ ଫାର୍ମ ପରିସରରୁ ୧ କି.ମି. ଯାଏଁ ମରାଯିବ କୁକୁଡ଼ା