LIVE TV

କାନାଡାରୁ କାହିଁକି ଭାରତୀୟଙ୍କୁ ବଳପୂର୍ବକ ବାହାର କରାଯାଉଛି ? ଛଅ ବର୍ଷ ଧରି ଏହି ସଂଖ୍ୟା ଲଗାତାର ବୃଢି ପାଉଛି

NEWS7
veer-was-depressed-after-breakup-with-sara

ଓଟୱା : କାନାଡରେ ଭାରତୀୟ ନାଗରିକଙ୍କୁ ବଳପୂର୍ବକ ବାହାର କରାଯାଉଛି। ଏହି ସଂଖ୍ୟା ଲଗାତାର ଗତ ଛଅ ବର୍ଷ ହେବ ୨୦୧୯ରୁ ବଢିବାରେ ଲାଗିଛି ଏବଂ ଚଳିତ ଥର ୨୦୨୪ର ଗତ ରେକର୍ଡକୁ ମଧ୍ୟ ଅତିକ୍ରମ କରିପାରେ। ଗତ କିଛି ବର୍ଷରେ ଭାରତୀୟଙ୍କୁ ବାହାର କରାଯାଉ ଥିବାର ସଂଖ୍ୟା ଆହୁରି ବଢିଛି। ଉଦାହରଣ ସ୍ୱରୂପ , ୨୦୧୯ରେ , ଏହା କେବଳ ୬୨୫ ଥିଲା , ଯାହା ୨୦୨୪ର ସମୁଦାୟରୁ ଏକ ତୃତୀୟାଂଶ କମ୍‌ ଥିଲା। କାନାଡିଆନ ବର୍ଡର ସର୍ଭିସେଜ୍‌ ଏଜେନ୍ସି (ସିବିଏସଏ) ର ଡାଟା ଅନୁସାରେ, ଚଳିତ ବର୍ଷ ୨୮ ଜୁଲାଇରୁ ବାହାର କରାଯାଇ ଥିବା ଭାରତୀୟ ନାଗରିକଙ୍କ ସଂଖ୍ୟା ପୂର୍ବରୁ ହିଁ ୧୮୯୧ ହୋଇ ସାରିଥିଲା। ଭାରତ ଦ୍ୱିତୀୟ ନମ୍ୱରରେ ରହିଛି। ସର୍ବ ପ୍ରଥମେ ମେକ୍ସିକୋର ନାଗରିକ ଅଛନ୍ତି, ଯେଉଁଥିରୁ  ୨,୬୭୮ ଜଣଙ୍କୁ ଚଳିତ ବର୍ଷ ୨୮ ଜୁଲାଇ ଯାଏ ବଳପୂର୍ବକ ବାହାର କରାଯାଇଛି। ଗତ ବର୍ଷ, ୧୯୯୭ ଜଣ ଭାରତୀୟଙ୍କୁ କାନାଡିଆନ ଅଧିକାରୀମାନେ ବଳପୂର୍ବକ ବାହାର କରିଥିଲେ, ଯାହା କେବଳ ୩,୬୮୩ ଜଣ ମେକ୍ସିକୋ ଲୋକଙ୍କ ଠାରୁ ପଛରେ ଥିଲା ଏବଂ ତୃତୀୟ ସବୁଠୁ ବଡ଼ ଗ୍ରୁପ୍‌, ୯୮୧ କୋଲମ୍ୱିଆନ ଲୋକଙ୍କ ଠାରୁ ଅଧିକ ଥିଲା।

କାନାଡର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏହି ସପ୍ତାହର ଆରମ୍ଭରେ ଟୋରଣ୍ଟୋରେ ଏକ ଇଭେଣ୍ଟ ବେଳେ ମିଡ଼ିଆର ଏକ ପ୍ରଶ୍ନର ଜବାବ ଦେଇଥିଲେ ଯେ, ତାଙ୍କର ସରକାର କଣ ବିଦେଶୀ ଅପରାଧୀଙ୍କୁ ଡିପୋର୍ଟ କରିବାରେ ଧ୍ୟାନ ଦେବ। ସେ କହିଛନ୍ତି ଯେ , ଏହାର ଉତ୍ତର ହେବ ‘ହଁ’  ଏବଂ କହିଛନ୍ତି ଯେ, ଏହାକୁ ଆହୁରି ଦ୍ରୁତ କରିବା, ଭଲ ରିସୋର୍ସ ସହ ଓ ଟ୍ରାକିଂକୁ ଉନ୍ନତ କରିବାର ଯୋଜନା ଅଛି।କାର୍ନି କହିଛନ୍ତି , ଏହା କାନାଡାରେ ପ୍ରବାସନ ବ୍ୟବସ୍ଥାରେ ଆମେ କରୁଥିବା ବୃହତ୍ତର ସଂସ୍କାରର ଏକ ଅଂଶ। ଏହି କାରଣରୁ ଭାରତୀୟଙ୍କୁ କାନାଡାରୁ ବଳପୂର୍ବକ ଦେଶାନ୍ତର କରାଯାଇଛି।