ସବୁ ଫର୍ମାଟରୁ ଅବସର ନେଲେ କ୍ରିକେଟର୍‌ ବରୁଣ ଆରୋନ୍‌, ଇନଷ୍ଟାଗ୍ରାମ୍‌ରେ ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ

Published By : Prameya-News7 Bureau | January 10, 2025 IST

News7

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପେସର୍‌ ବରୁଣ ଆରୋନ ଅବସର ଘୋଷଣା କରିଛନ୍ତି। ସେ ମାତ୍ର ୩୫ ବର୍ଷ ବୟସରେ ଅବସର ନେଇଛନ୍ତି। ବରୁଣ ୯ଟି ଦିନିକିଆ ଏବଂ ୯ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ ଆକ୍ରାମଣତ୍ମକ ବୋଲିଂ ପାଇଁ ବେଶ ଲୋକପ୍ରିୟ ଥିଲେ। ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ ବରୁଣଙ୍କର ଭଲ ରେକର୍ଡ ରହିଛି। ସେ ଘରୋଇ କ୍ରିକେଟରେ ଝାଡଖଣ୍ଡ ପାଇଁ ଖେଳନ୍ତି। ଚଳିତ ବର୍ଷ ଜାନୁଆରୀ ୨ରେ ଗୋଆ ବିପକ୍ଷରେ ଝାଡଖଣ୍ଡ ପାଇଁ ବରୁଣ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ।

 କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହା ମାଧ୍ୟମରେ ସେ ଅବସର ଘୋଷଣା କରିଥିଲେ। ବରୁଣ ଲେଖିଛନ୍ତି, ମୁଁ ଗତ 20 ବର୍ଷ ଧରି ଦ୍ରୁତ ବୋଲିଂ କରିଆସୁଛି। ଆଜି ମୁଁ ଆନୁଷ୍ଠାନିକ ଭାବେ କ୍ରିକେଟରୁ ଅବସର ଘୋଷଣା କରିଛି। ଭଗବାନ, ପରିବାର, ବନ୍ଧୁ, ସାଥୀ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ ପ୍ରଶଂସକଙ୍କ ବିନା ମୋ ପାଇଁ ଏହି ଯାତ୍ରା ସମ୍ଭବ ନୁହେଁ। ମୁଁ BCCI ଏବଂ JSCA କୁ ଧନ୍ୟବାଦ ଦେଉଛି।

ଦ୍ରୁତ ବୋଲର ପାଇଁ ବରୁଣ ଆରୋନ ବେଶ ଲୋକପ୍ରିୟ। ନଭେମ୍ବର 2011 ରେ ସେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ଅକ୍ଟୋବର 2011ରେ ବରୁଣ ତାଙ୍କର ଦିନିକିଆ ଡେବ୍ୟୁ କରିଥିଲେ। ଯେତେବେଳେ କି ୨୦୧୪ରେ ଶେଷ ମ୍ୟାଚ୍ ଖେଳିଥିଲା। ସେ ଭାରତ ପାଇଁ ୯ଟି ଟେଷ୍ଟ ମ୍ୟାଚରେ ୧୮ଟି ୱିକେଟ୍ ନେଇଛନ୍ତି। ୯ଟି ଦିନିକିଆ ମ୍ୟାଚରେ 11 ଟି ୱିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.