ବୈଭବ ତନେଜା କିଏ ? ଏଲନ ମସ୍କ ନିଜର ‘ଆମେରିକା ପାର୍ଟି’ରେ ଦେଲେ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ

Published By : Prameya-News7 Bureau | July 07, 2025 IST

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଚର୍ଚ୍ଚିତ କୋଟିପତି ଓ ଟେସଲାର ମାଲିକ ଏଲନ ମସ୍କ ଯେତେବେଳେ ଡୋନାଲ୍ ଟ୍ରମ୍ପଙ୍କୁ ଟକ୍କର ଦେବା ପରେ ନିଜର ନୂଆ ରାଜନୀତିକ ପାର୍ଟି ‘ ଆମେରିକା ପାର୍ଟି ’ର ଘୋଷଣା କଲେ, ସେତେବେଳେ ସମସ୍ତଙ୍କର ନଜର ତାଙ୍କର ଆଗାମୀ ପଦକ୍ଷେପ ଉପରେ ରହି ଥିଲା। ଏବେ ମସ୍କ ଭାରତୀୟ ବଂଶୋଦ୍ଭବ ବୈଭବ ତନେଜାଙ୍କୁ ପାର୍ଟିରେ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ବୈଭବ ତନେଜା ଟେସଲା କମ୍ପାନୀର ସିଏଫଓ ମଧ୍ୟ ଅଛନ୍ତି।

ବୈଭବଙ୍କର ମସ୍କଙ୍କ ପାର୍ଟିରେ କୋଷାଧ୍ୟକ୍ଷ ପଦରେ ନିଯୁକ୍ତି ୪ ଜୁଲାଇରେ ଆମେରିକୀୟ ଫେଡରଲ ଇଲେକ୍ସନ କମିଶନ (ଏଫଇସି)ରେ ପଞ୍ଜୀକୃତ କରାଯାଇଛି। ଏଲନ ମସ୍କ ନୂଆ ପାର୍ଟିର ଘୋଷଣା ଟ୍ରମ୍ପଙ୍କ ବିଗ୍‌ ବ୍ୟୁଟିଫୁଲ ଆଇନର ବିରୋଧରେ ଆରମ୍ଭ କରାଯାଇଛି। ମସ୍କଙ୍କ ଅଭିଯୋଗ ଯେ , ଟ୍ରମ୍ପ ସରକାରର ଏହି ନୂଆ ଆଇନ କେବଳ ଧନୀଙ୍କ ପକେଟ ଭରିବ। ଏଥିରେ ମଧ୍ୟବର୍ଗୀୟ ଓ ଗରିବଶ୍ରେଣୀୟ ଆମେରିକୀୟଙ୍କୁ କ୍ଷତି ପହଞ୍ଚାଇବ। ମସ୍କ ନୂଆ ପାର୍ଟିକୁ ଆମେରିକାର ମଧ୍ୟବର୍ଗୀୟ ଲୋକଙ୍କ ପାଇଁ ସମର୍ପିତ କରିଛି। 

ବୈଭବ ତନେଜା କିଏ ?

ବୈଭବ ତନେଜା ବର୍ତ୍ତମାନ ଟେସଲାର ଚିଫ୍ ଫାଇନେନ୍ସିଆଲ ଅଫିସର (ସିଏଫଓ)। ସେ ୨୦୧୭ରେ ଟେସଲାରେ ଜଏନ୍‌ କରିଥିଲେ ଏବଂ ୨୦୨୩ରେ ସିଏଫ୍ଓ ହୋଇଥିଲେ। ଏହା ପୂର୍ବରୁ ସେ କମ୍ପାନୀର ଚିଫ୍‌ ଆକାଉଣ୍ଟିଂ ଅଫିସିର ରହି ସାରିଛନ୍ତି। ବୈଭବ ମୂଳତଃ ଭାରତୀୟ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପାଠପଢିଛନ୍ତି ଏବଂ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ସେ ନିଜର କ୍ୟାରିୟରର ଆରମ୍ଭ ପିଡବ୍ଲ୍ୟୁସି (ପ୍ରାଇସୱାଟରହାଇସ କୁପର୍ସ)ରୁ କରିଥିଲେ। ଏହାପରେ ସେ ସୋଲରସିଟି କମ୍ପାନୀରେ ସାମିଲ ହୋଇ ଥିଲେ , ଯାହାପରେ ଟେସଲା କିଣି ନେଇଥିଲା।

କୋଷାଧ୍ୟକ୍ଷ ଭାବେ, ତନେଜା ପାର୍ଟିର ଆର୍ଥିକ ସ୍ୱଚ୍ଛତା, ଡୋନେସନ ପରିଚାଳନା ଓ ଆଇନଗତ ଅନୁପାଳନ ତଦାରଖ କରିବେ। ସେ ପାର୍ଟିର ଅଭିଯାନ ଖର୍ଚ୍ଚ , ନିର୍ବାଚନ ଚାନ୍ଦା ଓ ଏଫଇସି ରିପୋର୍ଟିଂ ପାଇଁ ଦାୟି ରହିବେ।

ଉଲ୍ଲେଖନୀୟ ଯେ, ଏହି ମାସରେ ଏଲନ ମସ୍କ ଆମେରିକା ପାର୍ଟି ନାମରେ ନୂଆ ରାଜନୀତିକ ଦଳର ଘୋଷଣା କିରଛନ୍ତି। ମସ୍କ ଏହି ଦଳକୁ ଗଠନ କରିବା ପଛର କାରଣ ଟ୍ରମ୍ପଙ୍କ ବିଗ୍‌ ବ୍ୟୁଟିଫୁଲ ଆଇନର ବିରୋଧ କହି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.