ରବିବାର ଭଦ୍ରକ ଜିଲା ସତ୍‌ସଙ୍ଗ ମହୋତ୍ସବ ‘ଧୃତି ସନ୍ଦୀପନା’, ବିନା ଦେୟରେ ଲୋକଙ୍କୁ  ମିଳିବ ବିଭିନ୍ନ ସେବାର ଲାଭ

NEWS7
vaibhav-suryavanshi-total-net-worth

ଭଦ୍ରକ: ଜାନୁଆରୀ ୨୫ ରବିବାର ଭଦ୍ରକ ଜିଲ୍ଲାର ସାତଭଉଣୀ ମନ୍ଦିର ଖେଳପଡ଼ିଆରେ ଅନୁଷ୍ଠିତ ହେବ ଭଦ୍ରକ ଜିଲାସ୍ତରୀୟ ସତସଙ୍ଗ ମହୋତ୍ସବ ‘ଧୃତି ସନ୍ଦୀପନା’ । ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମଧ୍ୟରେ ମହା ଆଡମ୍ବରରେ ପାଳିତ ହେବାକୁ ଯାଉଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉତ୍ସବ କମିଟିର କର୍ମକର୍ତ୍ତା।

ଏହି ସମାବେଶରେ ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି ନ୍ୟାୟିକ ପରାମର୍ଶ, କ୍ୟାରିୟର କାଉନ୍‌ସେଲିଂ, ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ଭଳି ସେବା ପ୍ରଦାନ ଇତ୍ୟାଦି ବିନା ଦେୟର କରାଯିବ। ତେବେ ରବିବାର ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାର ଲୋକଙ୍କ ସମାବେଶ ହେବା ନେଇ ଅନୁମାନ କରାଯାଉଛି ।

ଏତଦ୍‌ବ୍ୟତୀତ ସାଂସ୍କୃତିକ, ସଂଗୀତଭିତ୍ତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଏହି ଉତ୍ସବରେ ପଡ଼ୋଶୀ ଜିଲ୍ଲାମାନଙ୍କରୁ ମଧ୍ୟ ବହୁ ଭକ୍ତଙ୍କର ଆଗମନ ହେବ। ଫଳରେ ପ୍ରଥମକରି ଜିଲ୍ଲା ଉତ୍ସବ ଭାବେ ପାଳିତ ଏହି ସମାବେଶରେ ବହୁ ଶ୍ରଦ୍ଧାଳୁ ଯୋଗଦେବାକୁ କର୍ମକର୍ତାମାନେ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିବେଦନ କରିଛନ୍ତି ।