ଏଆଇ ବ୍ୟବହାର କରନ୍ତୁ, ଏହାର ଦାସ ହୁଅନ୍ତୁ ନାହିଁ: ମୁକେଶ ଅମ୍ବାନୀ

Published By : Prameya-News7 Bureau | January 29, 2025 IST

ଗାନ୍ଧୀନଗର: କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଉପରେ ଚାଲିଥିବା ବିତର୍କରେ ନିଜ ମତ ରଖିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ଗୁଜରାଟର ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟ (ପିଡି଼ଇୟୁ)ର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ କହିଛନ୍ତି, “ଚାଟ୍ ଜିପିଟି ବ୍ୟବହାର କର, କିନ୍ତୁ କୃତ୍ରିମ ବୁଦ୍ଧିମତ୍ତା ସହିତ ନୁହେଁ ବରଂ ନିଜ ବୁଦ୍ଧି ସହିତ ଆଗକୁ ବଢ଼। ଏହାଦ୍ୱାରା ତୁମେ ଆଗକୁ ବଢିପାରିବ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ମୁକେଶ ଅମ୍ବାନୀ କହିଛନ୍ତି, “ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟର ଜନ୍ମ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଦୂରଦୃଷ୍ଟିର ଫଳ। କୋଡିଏ ବର୍ଷ ପୂର୍ବେ ସେ ମୋତେ କହିଥିଲେ ଯେ ଗୁଜୁରାଟ ଶକ୍ତି ଏବଂ ଶକ୍ତି ଉତ୍ପାଦ କ୍ଷେତ୍ରରେ ଦେଶର ନେତୃତ୍ୱ ନେବା ସେ ଚାହୁଛନ୍ତି। ଏଥିସହିତ ବିଶ୍ୱ ସ୍ତରର ମାନବ ସମ୍ବଳର ବିକାଶରେ ଗୁଜୁରାଟ ମଧ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ। ଏହିଭଳି ଭାବରେ ଏହି ଅଗ୍ରଣୀ ବିଶ୍ୱବିଦ୍ୟାଳୟର ସ୍ଥାପନ ହୋଇଥିଲା। ସୂଚନାଯୋଗ୍ୟ ଯେ, ମୁକେଶ ଅମ୍ବାନୀ ପିଡି଼ଇୟୁର ସଂସ୍ଥାପକ ସଭାପତି ଓ ଅଧ୍ୟକ୍ଷ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.