ମୋଦୀଙ୍କୁ ଟ୍ରମ୍ପ ଝଟ୍‌କା: ଭାରତରୁ ଆମଦାନୀ କରୁଥିବା ସୋଲାର ପ୍ୟାନେଲ୍ ଓ ସେଲ୍ ଉପରେ ୧୨୬% ଶୁଳ୍କ ଲଗାଇଲା ଆମେରିକା, କହିଲା...

NEWS7
us-will-support-india-as-it-hunts-down-pahalgam-attackers-said-us-director-of-national-intelligencetulsi-gabbard

ନୂଆଦିଲ୍ଲୀ: ମୋଦୀଙ୍କୁ ପୁଣି ଟ୍ରମ୍ପ ଝଟ୍‌କା। ଭାରତରୁ ଆମଦାନୀ କରୁଥିବା ସୋଲାର ପ୍ୟାନେଲ୍ ଓ ସେଲ୍ ଉପରେ ୧୨୬% ପ୍ରାରମ୍ଭିକ ଶୁଳ୍କ ଲଗାଇଲେ ଟ୍ରମ୍ପ ସରକାର। ଏନେଇ ଆମେରିକା ବାଣିଜ୍ୟ ବିଭାଗ କହିଛି, ଭାରତ ଏହାର ନିର୍ମାତାମାନଙ୍କୁ ଅନୁଚିତ ଭାବରେ ସବସିଡି ଦେଉଛି। ଯାହା ଆମେରିକାର ଘରୋଇ କମ୍ପାନୀଗୁଡ଼ିକୁ କ୍ଷତି ପହଞ୍ଚାଉଛି। ତେଣୁ ଏହାର ଆମଦାନୀ ରୋକିବା ପାଇଁ ଆମେ ଭାରତୀୟ ସୋଲାର ପ୍ୟାନେଲ୍ ଓ ସେଲ୍ ଉପରେ ୧୨୬% ଶୁଳ୍କ ଲାଗୁ କରିଛୁ।

ଭାରତ ବ୍ୟତୀତ, ଲାଓସ ଏବଂ ଇଣ୍ଡୋନେସିଆ ଉପରେ ମଧ୍ୟ ୮୧% ରୁ ୧୪୩% ପର୍ଯ୍ୟନ୍ତ ଟିକସ ଲାଗୁ କରାଯାଇଛି। ପ୍ରାରମ୍ଭିକ ତଦନ୍ତକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଆମେରିକା ବାଣିଜ୍ୟ ବିଭାଗ କହିଛି। ତେବେ ତଦନ୍ତର ଚୂଡ଼ାନ୍ତ ନିଷ୍ପତ୍ତି ଜୁଲାଇ ୬ ତାରିଖରେ ଘୋଷଣା କରାଯିବ। ଏହାର ଅର୍ଥ ହେଉଛି ଯଦି ସବସିଡି ପ୍ରମାଣିତ ହୁଏ, ତେବେ ଆମେରିକାର ଏହି ଟିକସ ଆଦାୟ ଏହିପରି ଜାରି ରହିବ।

ଟ୍ରମ୍ପ ସରକାରଙ୍କର ଏହି ନିଷ୍ପତ୍ତି ପରେ ଭାରତୀୟ ସୋଲାର ପ୍ୟାନେଲ୍ ରପ୍ତାନାକୀରଙ୍କ ପାଇଁ ଆମେରିକା ବଜାରରେ ତିଷ୍ଟିବା କଷ୍ଟକର ହୋଇପଡ଼ିବ। ୧୨୬% ଶୁଳ୍କର ଅର୍ଥ ହେଉଛି ଏହି ପ୍ୟାନେଲଗୁଡ଼ିକର ମୂଲ୍ୟ ଆମେରିକାରେ ଦ୍ୱିଗୁଣିତ ହେବ। ଫଳସ୍ୱରୂପ, ଆମେରିକୀୟ କ୍ରେତାମାନେ ଭାରତୀୟ ଉତ୍ପାଦ ଅପେକ୍ଷା ସ୍ଥାନୀୟ କମ୍ପାନୀ କିମ୍ବା ଅନ୍ୟ ଦେଶରୁ ପ୍ୟାନେଲ କିଣିବାକୁ ପସନ୍ଦ କରିବେ। ତେଣୁ ଭାରତୀୟ ଉତ୍ପାଦଗୁଡ଼ିକ ଏତେ ମହଙ୍ଗାରେ ଆମେରିକା ବଜାରରେ ପ୍ରତିଯୋଗିତା କରିପାରିବେ ନାହିଁ।ତେବେ ପୂର୍ବରୁ ଟ୍ରମ୍ପ ଘୋଷଣା କରିଥିବା ୧୦ ପ୍ରତିଶତ ଗ୍ଲୋବାଲ ଟାରିଫ ଠାର ଏହା ଅଲଗା ଭାବେ ଲାଗିବ।

ବ୍ଲୁମବର୍ଗ ଏନଇଏଫ ଅନୁଯାୟୀ ଆମେରିକା ସୋଲାର ମାର୍କେଟ୍ରେ ଏହି ୩ ଦେଶ ଏକାକୀ ୫୫% ମାର୍କେ୍ କବ୍ଜା କରୁଛନ୍ତି। ୨୦୨୫ର ପ୍ରଥମାର୍ଦ୍ଧରେ ଆମେରିକାକୁ ମୋଟ ସୌର ମଡ୍ୟୁଲ୍ ଆମଦାନୀର ୫୭% ଭାରତ, ଇଣ୍ଡୋନେସିଆ ଏବଂ ଲାଓସରୁ ଆସିଥିଲା ବୋଲି ରିପୋର୍ଟରେ କୁହାଯାଇଛି। ପୂର୍ବରୁ ଭାରତରୁ ଆମଦାନୀ ହେଉଥିବା ସୋଲାର ପ୍ୟାନେଲ୍ ଓ ସେଲ୍ ଉପରେ ଆମେରିକା ୧୦% ଶୁଳ୍କ ଲଗାଉଥିଲା। ଏବେ ୧୨୬% ଲାଗିବ। ତେବେ ଇଣ୍ଡୋନେସିଆ ଉପରେ ସର୍ବାଧିକ ୧୪୫ % ଟ୍ୟାକ୍ସ ଲଗାଇଥିବା ବେଳେ ଲାଓସ ଉପରେ ଭାରତ ଠାରୁ ସାମାନ୍ୟ ଶସ୍ତା ୮୧% ପ୍ରତିଶତ ଟ୍ୟାକ୍ସ ଲଗାଇଛି ଆମେରିକା।