ପରମାଣୁ ଚୁକ୍ତି ନେଇ ଇରାନଙ୍କୁ ଟ୍ରମ୍ପଙ୍କ ଧମକ ନା ଶାନ୍ତି ବାର୍ତ୍ତା ? କହିଲେ, ରାଜି ହୋଇଯାଅ ନ ହେଲେ...

Published By : Prameya-News7 Bureau | March 07, 2025 IST

indiatoday

ନୂଆଦିଲ୍ଲୀ: ଋଷ ୟୁକ୍ରେନ୍ ଯୁଦ୍ଧ ନେଇ ତିକ୍ତ ଆଲୋଚନା ଓ ଟାରିଫ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିବା ପରେ ଏବେ ଇରାନ ଆଡ଼କୁ ମୁହାଇଁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ସହିତ ପରମାଣୁ ଚୁକ୍ତି କରିବାକୁ ଚାହୁଁଛନ୍ତି ଟ୍ରମ୍ପ। ଏନେଇ ସେ ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲାହ ଅଲୀ ଖାମେନେଇଙ୍କୁ ଚିଠି ଲେଖିଛନ୍ତି। ଏନେଇ ଜାତୀୟ ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସ ରିପୋର୍ଟ ପ୍ରକାଶ ପାଇଛି। 

ରିପୋର୍ଟ ଅନୁସାରେ ଟ୍ରମ୍ପ କହିଛନ୍ତି ଯେ ସେ ଇରାନ ସହିତ ପରମାଣୁ ଚୁକ୍ତି ଉପରେ ଆଲୋଚନା କରିବାକୁ ଚାହାଁନ୍ତି। ଏନେଇ ସେ ଗୁରୁବାର ଇରାନକୁ ଚିଠି ମଧ୍ୟ ଲେଖିଛନ୍ତି। ଆଶା କରୁଛି ସେମାନେ ବି ଆଲୋଚନା ପାଇଁ ରାଜି ହେବେ। କାରଣ ଏହା ଇରାନ ପାଇଁ ଖୁବ ଲାଭକାରୀ ହେବ ବୋଲି ଟ୍ରମ୍ପ କହିଛନ୍ତି। ଶୁକ୍ରବାର ଫକ୍ସ ବିଜନେସ୍ ନେଟୱାର୍କ ଏହି ଖବର ପ୍ରକାଶ କରିଛି।  

ଟ୍ରମ୍ପ କହିଛନ୍ତି “ମୁଁ ଭାବୁଛି ସେମାନେ ମଧ୍ୟ ଏହି ଚିଠି ପାଇବାକୁ ଅପେକ୍ଷା କରିଥିବେ। ଯଦି ଆଶା ଅନୁସାରେ ନହେଲା ତେବେ ଅନ୍ୟ ବିକଳ୍ପ ହେଉଛି ଆମକୁ କିଛି କରିବାକୁ ପଡିବ। କାରଣ ଆପଣ ଆଉ ଏକ ପରମାଣୁ ଅସ୍ତ୍ର ତିଆରି ହେଉ ଏହି ଅନୁମତି ଦେଇପାରିବେ ନାହିଁ।”

ଏହି ଚିଠିଟି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ନିକଟକୁ ଲେଖାଯାଇଥିବା ଶୁଣିବାକୁ ମିଳୁଛି। ତେବେ ଏନେଇ ପ୍ରଶ୍ନ କରିବାରୁ ହ୍ୱାଇଟ୍ ହାଉସ୍ ଏ ବିଷୟରେ ତୁରନ୍ତ କୌଣସି ଉତ୍ତର ଦିଆଯାଇ ନାହିଁ। 

ପଢନ୍ତୁ-  ଜେଲେନସ୍କିଙ୍କ ସହ ଝଗଡ଼ା ପରେ ପୁଟିନଙ୍କୁ ନାଲି ଆଖି ଦେଖାଇଲେ ଟ୍ରମ୍ପ, ଜାଣନ୍ତୁ କହିଲେ କ’ଣ?

ତେବେ ଫକ୍ସ ନ୍ୟୁଜ୍‌ରେ ସାକ୍ଷାତ୍‌କାର ଦେଲା ବେଳେ ଟ୍ରମ୍ପ କହିଛନ୍ତି ଯେ ବୁଧବାର ସେ ଇରାନ ସର୍ବୋଚ୍ଚ ନେତା ଅୟତୁଲଲ୍ଲା ଅଲି ଖେମେନେଇଙ୍କୁ ଲେଖି ଡିଲ୍ ନେଇ ରାଜି ହେବାକୁ ଆହ୍ୱାନ ଦେଇଛନ୍ତି। ଯଦି ଏଗ୍ରୀମେଣ୍ଟ କାର୍ଯ୍ୟକାରୀ ନହେଲା ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପରୋକ୍ଷରେ ଚେତାବନୀ ବି ଦେଇଛନ୍ତି। 

ଫକ୍ସ ନ୍ୟୁଜ୍‌ରେ ଟ୍ରମ୍ପଙ୍କ ସାକ୍ଷାତ୍‌କାର ନେଉଥିବା ହୋଷ୍ଟ ମାରିଆ ବାର୍ଟିରୋମୋଙ୍କୁ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଛନ୍ତି "ଇରାନକୁ ଦୁଇଟି ଉପାୟରେ ନିୟନ୍ତ୍ରଣ କରାଯାଇପାରିବ, ସାମରିକ ଭାବରେ କିମ୍ବା ଏକ ଚୁକ୍ତି ମାଧ୍ୟମରେ। ମୁଁ ଏକ ଚୁକ୍ତି କରିବାକୁ ପସନ୍ଦ କରିବି।" 

ଟ୍ରମ୍ପ କହିଛନ୍ତି ଯେ ମୁଁ ଚୁକ୍ତି ମାଧ୍ୟମରେ ସମାଧାନ କରିବାକୁ ଚାହିଁବି। ମୁଁ ଜାଣିନି ଯେ ମୋର ଏହି ନିଷ୍ପତ୍ତିରେ କେହି ସହମତ ହେବେ କି ନା। ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ସମାଧାନ ଅପେକ୍ଷା ଚୁକ୍ତି ମାଧ୍ୟମରେ ସମାଧାନ କରିବା ଭଲ ବୋଲି ଟ୍ରମ୍ପ କହିଛନ୍ତି। 

ସେ ଆହରି କହିଛନ୍ତି ଯେ ସମୟ ଆସିଛି କିଛି ନା କିଛି ଘଟିବ। ମୁଁ ଇରାନକୁ ଚିଠି ଲେଖିଛି,ଏବଂ ଆଶା କରୁଛି ଯେ ସେମାନେ ଆଲୋଚନା ପାଇଁ ରାଜି ହେବେ। କାରଣ ଯଦି ଆମକୁ ସାମରିକ ଆକ୍ରମଣ କରିବାକୁ ପଡ଼େ ତେବେ ଏହା ସେମାନଙ୍କ ପାଇଁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଟ୍ରମ୍ପ କହିଛନ୍ତି। 

ଏହାପରେ ବାର୍ଟିରୋମୋ ଟ୍ରମ୍ପଙ୍କୁ ପଚାରିଥିଲେ ଆପଣ କଣ ଇରାନଙ୍କୁ ଅଲ୍‌ଟିମେଟମ ଦେଉଛନ୍ତି ? ଉତ୍ତରରେ ଟ୍ରମ୍ପ କହିଥିଲେ  “"ନା ଏକଥା ମୁଁ କହିନାହିଁ, ତୁମେ କହୁଛ।' ମୁଁ କହିଲି, 'ମୁଁ ଆଶା କରୁଛି ତୁମେ ଆଲୋଚନା କରିବ,' କାରଣ ଏହା ଇରାନ ପାଇଁ ବହୁତ ଭଲ ହେବ। ମୁଁ ଭାବୁଛି ସେମାନେ ସେହି ଚିଠି ପାଇବାକୁ ଅପେକ୍ଷା କରିଥିବେ। ଯଦି ଚୁକ୍ତି ଅନୁସାରେ ନହେଲା ତେବେ ଅନ୍ୟ ବିକଳ୍ପ ହେଉଛି ଆମକୁ କିଛି କରିବାକୁ ପଡିବ, କାରଣ ଆମେ ସେମାନଙ୍କୁ ପରମାଣୁ ଅସ୍ତ୍ର ରଖିବାକୁ ଦେଇପାରିବ ନାହିଁ।" ଇରାନ ପାଖରେ କୌଣସି ପରମାଣୁ ଅସ୍ତ୍ର ରହୁ ମୁଁ ଚାହେଁନି ବୋଲି ଟ୍ରମ୍ପ କହିଥିଲେ। 

ପଢନ୍ତୁ- ଆମେରିକା ସାମଗ୍ରୀ ଉପରେ ଶୁଳ୍କ କମାଅ, ଆମେ ଭାରତକୁ ବଡ଼ ସୁଯୋଗ ଦେବୁ: ଟ୍ରମ୍ପ ସରକାର

ଟ୍ରମ୍ପଙ୍କ ଇରାନଙ୍କୁ ଚିଠି ଲେଖିବା ପ୍ରଥମ ଥର ନୁହେଁ। ପୂର୍ବରୁ ୨୦୧୯ ମସିହାରେ ମଧ୍ୟ ଟ୍ରମ୍ପ ଜାପନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହାୟତାରେ ଏହି ସମାନ ବାର୍ତ୍ତା ଇରାନକୁ ପଠାଇଥିଲେ। କିନ୍ତୁ ଇରାନୀ ନେତା ରୋକଠୋକ୍ ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ବରଂ ଟ୍ରମ୍ପଙ୍କୁ କଟାକ୍ଷା କରିଥିଲେ ଖାମେନେଇ। ସେ କହିଥିଲେ “କୌଣସି ବିଷୟରେ ଆଲୋଚନା କରି ହେଲା ଭଳି ଟ୍ରମ୍ପ ଜମେ ଉତ୍ତମ ବ୍ୟକ୍ତି ବୋଲି ମୁଁ ବିଚାର କରେ ନାହିଁ।"

ସୂଚନା ଥାଉକି ଏହା ପୂର୍ବରୁ ରୁଷର ଉପ-ବୈଦେଶିକ ମନ୍ତ୍ରୀ ସେରଗେଇ ରିଆବକୋଭ ଇରାନର ରାଷ୍ଟ୍ରଦୂତ କାଜେମ ଜଲାଲିଙ୍କ ସହ ଆଲଚୋନା କରିଥିଲେ। ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କିତ ପରିସ୍ଥିତିର ସମାଧାନ ପାଇଁ ଅନ୍ତର୍ଜାତୀୟ ପ୍ରୟାସ ବିଷୟରେ ଆଲୋଚନା ହୋଇଥିଲା। ଏନେଇ ଶୁକ୍ରବାର ରୁଷର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.