ଏଥର ବି ସିଜ୍‌ଫାୟାର ଅଟକାଇପାରିଲେନି ଟ୍ରମ୍ପ, ପୁଟିନଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

Published By : Prameya-News7 Bureau | July 04, 2025 IST

ନୂଆଦିଲ୍ଲୀ ୦୩/୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥା ହୋଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହାକୁ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧରେ ସମ୍ଭାବ୍ୟ ଯୁଦ୍ଧବିରତି ଦିଗରେ କୌଣସି ଅଗ୍ରଗତି ହୋଇନାହିଁ । ଯେତେବେଳେ ଟ୍ରମ୍ପଙ୍କୁ ପୁଟିନଙ୍କ ସହ ତାଙ୍କର ଆଲୋଚନା ବିଷୟରେ ପଚରାଗଲା, ସେ ସାମ୍ବାଦିକମାନଙ୍କୁ କହିଲେ, "ନା, ସେ ମୋ ସହିତ ତାଙ୍କର ଆଲୋଚନାରେ ଏହି ବିଷୟକୁ ଆଗକୁ ନେଇ ନଥିଲେ।

ଟ୍ରମ୍ପ କହିଛନ୍ତି, "ଆମେ କଥା ହେଲୁ, ଏହା ବହୁତ ଲମ୍ବା ଆଲୋଚନା ଥିଲା । ଆମେ ଇରାନ ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ । ଆପଣ ଜାଣନ୍ତି ଯେ, ଆମେ ୟୁକ୍ରେନ ସହିତ ଯୁଦ୍ଧ ବିଷୟରେ ମଧ୍ୟ କଥା ହୋଇଥିଲୁ। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହୋଇନାହିଁ ବୋଲି ମୁଁ ଖୁସି ନୁହେଁ।"

ଆମେରିକୀୟ ଗଣମାଧ୍ୟମ ଅନୁସାରେ, ପୁଟିନଙ୍କ ସହଯୋଗୀ ୟୁରି ଉଶାକୋଭ ଏହି କଲ୍ ବିଷୟରେ କହିଛନ୍ତି, "ଦୁଇ ନେତାଙ୍କ ମଧ୍ୟରେ 'ଠୋସ୍' କଥାବାର୍ତ୍ତା ହୋଇଥିଲା । ଟ୍ରମ୍ପ ୟୁକ୍ରେନ ସହିତ ରୁଷର ଯୁଦ୍ଧରେ ତୁରନ୍ତ ଯୁଦ୍ଧବିରତିର ସମ୍ଭାବନା ଉଠାଇଥିଲେ । କିନ୍ତୁ ପୁଟିନ ଏଥିରେ ରାଜି ହୋଇନଥିଲେ। ପୁଟିନ କହିଛନ୍ତି ଯେ ରୁଷ ଏହି ସଂଘର୍ଷରେ 'ତାଙ୍କର ଘୋଷିତ ଉଦ୍ଦେଶ୍ୟ ଅନୁସରଣ କରିବ' ଏବଂ ଆଲୋଚନା ମାଧ୍ୟମରେ ସଂଘର୍ଷର ରାଜନୈତିକ ସମାଧାନ ଖୋଜିବା ଜାରି ରଖିବ।"

ଟ୍ରମ୍ପଙ୍କ ଦ୍ୱାରା କରାଯାଇଥିବା ଏକ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ପୁଟିନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଶେଷ ସାର୍ବଜନୀନ କଲ୍ ଗତ ମାସରେ ହୋଇଥିଲା, ଯେଉଁଥିରେ ଇସ୍ରାଏଲ-ଇରାନ ବିବାଦ ଉପରେ ଆଲୋଚନା ହୋଇଥିଲା। ସେମାନେ ମେ ମାସରେ ୟୁକ୍ରେନ-ରୁଷ ଯୁଦ୍ଧ ବିଷୟରେ ମଧ୍ୟ କଥା ହୋଇଥିଲେ।

ତଥାପି, ଟ୍ରମ୍ପ ଏବଂ ତାଙ୍କର କିଛି ସହଯୋଗୀ ସ୍ଥାୟୀ ଯୁଦ୍ଧବିରତି ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ବାରମ୍ବାର କହିଥିଲେ ଯେ ସେ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ୨୪ ଘଣ୍ଟା ମଧ୍ୟରେ ସଂଘର୍ଷର ଅନ୍ତ କରିବେ। ସେପ୍ଟେମ୍ବରରେ ରାଷ୍ଟ୍ରପତି ବିତର୍କ ସମୟରେ ସେ କହିଥିଲେ ଯେ ମୁଁ ରାଷ୍ଟ୍ରପତି ହେବା ପୂର୍ବରୁ ମଧ୍ୟ ସଂଘର୍ଷର ସମାଧାନ କରିପାରିବି।

ଗୁରୁବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପଙ୍କୁ ୟୁକ୍ରେନକୁ କ୍ଷେପଣାସ୍ତ୍ର ଓ ଗୁଳିଗୋଳା ପଠାଇବା ଉପରେ ଆମେରିକାର ନିଷେଧ ବିଷୟରେ ମଧ୍ୟ ପଚରାଯାଇଥିଲା। ଟ୍ରମ୍ପ ଏପରି କୌଣସି ନିଷେଧ ଥିବା କଥାକୁ ଅସ୍ୱୀକାର କରିଥିଲେ।

ଡୋନାଲ୍ଡ ଟ୍ରମ୍ପ କହିଥିଲେ, "ଆମେ ତାହା କରିନାହୁଁ, ଆମେ ଅସ୍ତ୍ର ଦେଉଛୁ କାରଣ ଆମେ ବହୁତ ଅସ୍ତ୍ର ଦେଇଛୁ, କିନ୍ତୁ ଆମେ ଅସ୍ତ୍ର ଦେଉଛୁ ଏବଂ ଆମେ ସେମାନଙ୍କ ସହିତ କାମ କରୁଛୁ ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ। କିନ୍ତୁ ଆମେ ତାହା କରିନାହୁଁ, ଆପଣ ଜାଣନ୍ତି, ବିଡେନ ଆମ ସମଗ୍ର ଦେଶକୁ ଅସ୍ତ୍ର ଦେଇ ଖାଲି କରିଦେଇଛନ୍ତି ଏବଂ ଆମକୁ ନିଷ୍ପତ୍ତି ନେବାକୁ ପଡିବ ଯେ ଆମ ପାଖରେ ନିଜ ପାଇଁ ପର୍ଯ୍ୟାପ୍ତ ଅସ୍ତ୍ର ଅଛି।"

  • Russian President
  • Donald Trump
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.