୧୨ ଦିନ ପରେ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ, ଯୁଦ୍ଧବିରତୀ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ

Published By : Prameya-News7 Bureau | June 24, 2025 IST

ନୂଆଦିଲ୍ଲୀ ୨୪/୦୬: ୧୨ ଦିନର ସଂଘର୍ଷର ଦ ଏଣ୍ଡ । ଇରାନର ପ୍ରତିଶୋଧ ଆଗରେ ନଇଁଗଲା କି ଆମେରିକା । ଯୁଦ୍ଧବିରତୀ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାପରେ ୧୨ ଘଣ୍ଟା ମଧ୍ୟରେ ଇସ୍ରାଏଲ ମଧ୍ୟ ସିଜ୍‌ ଫାୟାର କରିବ । ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ ହେବ ବୋଲି ସେ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି । ତେବେ ଏନେଇ ଇରାନ ଓ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।  

ଅନ୍ୟପଟେ ଇରାନ ଆକ୍ରମଣକୁ ଅତି ଦୁର୍ବଳ କହିବା ସହ କୌଣସି ବଡ଼ କ୍ଷତି ହୋଇ ନଥିବା କହିଛନ୍ତି ଡୋନାଲ୍ଟ ଟ୍ରମ୍ପ । ଇରାନ ୧୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ବେଳେ ୧୩ଟିକୁ ଆକାଶରେ ହିଁ ନଷ୍ଟ କରାଯାଇଛି । ଆକ୍ରମଣରେ କୌଣସି ନାଗରିକଙ୍କ ମୃତ୍ୟୁ ହୋଇନି କିମ୍ବା କେହି ଆହତ ହୋଇ ନଥିବା ସେ କହିଛନ୍ତି । ଯାହା ଲାଗୁଛି ଆମେରିକା ଆକ୍ରମଣର ପ୍ରତିଶୋଧ ନେଇଛି ଇରାନ୍ । ତେବେ ଇରାନର ପ୍ରତିଶୋଧ ନିଆଁରେ ନରମିଛି ଆମେରିକା । 

ଇରାନ-ଇସ୍ରାଏଲ ମଧ୍ୟରେ ସିଜ୍‌ ଫାୟାର ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିବା ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ତେବେ ଇରାନକୁ ପ୍ରଥମେ ସିଜ୍‌ ଫାୟାରର ନିୟମ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି । ୬ ଘଣ୍ଟା ମଧ୍ୟରେ ସିଜ୍‌ ଫାୟାର ଲାଗୁ ହେବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.