ବାଲିଯାତ୍ରା ୨୦୨୫
LIVE TV

ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ମାରାତ୍ମକ PETN ! ମାତ୍ର ୧୦୦ ଗ୍ରାମରେ କରିଦେବ ଧ୍ୱଂସ

NEWS7
us-and-japan-created-chakravyuh-britain-france-and-germany-to-surround-china

ନୂଆଦିଲ୍ଲୀ, ୧୨|୧୧: କାରରେ ଥିଲା ଭୟଙ୍କର ବିସ୍ଫୋରକ । କିଛି ସେକେଣ୍ଡ ପରେ ଶୁଭିଲା ଶବ୍ଦ । ଆଖପାଖରେ ଥିବା ସବୁ କିଛି ଛାରଖାର ହୋଇଗଲା । ଅକାଳରେ ଚାଲିଗଲା ୧୦ରୁ ଅଧିକ ଜୀବନ । ଏପରିକି ୨୦ରୁ ଅଧିକ ଆହତ ମଧ୍ୟ ହେଲେ । କିଛି ଏମିତି ଅଘଟଣର ସାମ୍ନା କରିଥିଲେ ଦିଲ୍ଲୀବାସୀ । ଆଇ-20 କାର୍ ବିସ୍ଫୋରଣରେ ଥରିଥିଲା ଦେଶର ରାଜଧାନୀ । ତେବେ ବିସ୍ପୋରଣରେ ବ୍ୟବହୃତ ହୋଇଥିଲା ମାରାତ୍ସକ ଦ୍ରବ୍ୟ । ଆରଡିଏକ୍ସ ନା କେମିକାଲକୁ ଘଟଣାର ଚୂଡାନ୍ତ ରୂପ ଦେବାକୁ ବ୍ୟବହାର ହୋଇଥିଲା ସେନେଇ ସ୍ପଷ୍ଟତା ଆସିନି । କିନ୍ତୁ ମିଲିଟାରୀ ବା ସେନାରେ ବ୍ୟବହାର ହେଉଥିବା ବା ସେହି ମାନର ବିସ୍ଫୋରକକୁ ଦିଲ୍ଲୀ ବ୍ଲାଷ୍ଟରେ ବ୍ୟବହାର କରାଯାଇଥିବା ପ୍ରାଥମିକ ତଦନ୍ତରେ ସାମ୍ନାକୁ ଆସିଛି ।

ବିସ୍ଫୋରଣ ପରେ ଫରେନ୍ସିକ୍ ଟିମ୍ ୪୨ଟି ନମୂନା ସଂଗ୍ରହ କରିଥିଲା । ଯାହାର ପରୀକ୍ଷଣ କରାଯାଉଛି । ଏହି ନମୂନାରେ କାରର ଚକ, ଚେସିସ, ସିଲିଣ୍ଡର, ସମ୍ମୁଖ ଭାଗ ରହିଛି । ଆହୁରି ମଧ୍ୟ ଆଖପାଖରେ ପଡିଥିବା କିଛି ଗୁଣ୍ଡ ଏବଂ ପାଉଡରକୁ ଟେଷ୍ଟ ପାଇଁ ପଠାଯାଇଛି । ଏହା ବିସ୍ଫୋରକ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବ ।

ଆଶଙ୍କା କରାଯାଉଛି ଯେ, ବିସ୍ଫୋରଣରେ ପେଣ୍ଟାଏରିଥ୍ରୀଟୋଲ୍ ଟେଟ୍ରାନାଇଟ୍ରେଟ ବା ପିଇଟିଏନକୁ ବ୍ୟବହାର କରାଯାଇଛି । ଏହା ନାଇଟ୍ରୋଜେନକୁ କିଛି କେମିକାଲରେ ମିଶାଇ ଲ୍ୟାବରେ ପ୍ରସ୍ତୁତ କରାଯାଇଥାଏ । ସବୁଠାରୁ ବଡ କଥା ହେଲା ପିଇଟିଏନ୍ ସବୁଠୁ ଶକ୍ତିଶାଳୀ ବିସ୍ଫୋରକ । ଆତଙ୍କବାଦୀମାନେ ଏହାକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି । କାରଣ ପିଇଟିଏନ ଏକ ରଙ୍ଗହୀନ କ୍ରିଷ୍ଟାଲ । ଯାହାକୁ ଟ୍ରାକ୍ କରିବା ସହହ ନୁହେଁ ।

ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା କଥା ହେଲା, ପିଇଟିଏର ମାତ୍ର ଅଳ୍ପ ପରିମାଣ ବଡ ବିସ୍ଫୋରଣ ଘଟାଇପାରିବ । ୨୦୧୦ରେ ଏକ ପ୍ରିଣ୍ଟରର କ୍ୟାଟ୍ରିଜ୍ ବା କାଳି ରଖାଯାଉଥିବା ପାତ୍ରରେ ପିଇଟିଏନକୁ ରଖାଯାଇ ବିସ୍ପୋରଣ କରାଯାଇଥିଲା । ମାତ୍ର ୧୦୦ ଗ୍ରାମର ଏହି ଦ୍ରବ୍ୟ ସାମ୍ନାୟ ତାପମାତ୍ରାରେ ଏକ କାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିପାରିବ ।

ଅନ୍ୟ ଦିଗରେ ଆମୋନିୟମ ନାଇଟ୍ରେଟ୍ ଦ୍ୱାରା ଅଧିକ ମାତ୍ରାରେ ଶକ୍ତି ନିର୍ଗତ ହୁଏ । ଯାହା ବିସ୍ଫୋରଣ ଘଟାଇଥାଏ । ୨୦୧୧ ଦିଲ୍ଲୀ ହାଇକୋର୍ଟ ବ୍ଲାଷ୍ଟରେ ଆମୋନିୟମ ନାଇଟ୍ରେଟ୍ ଏବଂ ପିଇଟିଏନକୁ ବ୍ୟବହାର କରାଯାଇଥିବା ଫରେନ୍ସିକ୍ ଟିମ୍ କହିଥିଲା । କିନ୍ତୁ ଗୃହ ମନ୍ତ୍ରାଳୟ ପରେ କେବଳ ଆରଡିଏକ୍ସ ବ୍ୟବହାର ହୋଇଥିବା ପ୍ରକାଶ କରିଥିଲା । କିନ୍ତୁ ସୋମବାର ଦିଲ୍ଲୀ ବିସ୍ଫୋରଣରେ କେବଳ ପିଇଟିଏନକୁ ଟାଇମ୍ ବମ୍ ହିସାବରେ ବ୍ୟବହାର କରାଯାଇଥିବା କିଛି ଅଧିକାରୀ କହିଛନ୍ତି ।