ଅଂଶୀଦାରଙ୍କ ମତାମତ ଆମନ୍ତ୍ରିତ କରିଛନ୍ତି ଅଷ୍ଟମ ବେତନ ଆୟୋଗ, ଜ୍ଞାପନ ଦାଖଲ କରିବାର ଶେଷ ତାରିଖ ଏପ୍ରିଲ ୩୦

NEWS7
us-ambassador-eric-garcetti-visit-konark-sun-temple

ନୂଆଦିଲ୍ଲୀ ୬।୩: ଏକ ସରକାରୀ ବିବୃତ୍ତି ଅନୁଯାୟୀ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଆମନ୍ତ୍ରଣ କରିଛି ଏବଂ ସେମାନଙ୍କ ମତାମତ ଓ ପରାମର୍ଶ ୩୦ ଏପ୍ରିଲ ୨୦୨୬ଶୁଦ୍ଧା ଗ୍ରହଣ କରାଯିବ। କମିଶନ ଏହାର ୱେବସାଇଟରେ ସେବା ପ୍ରଦାନ କରୁଥିବା କର୍ମଚାରୀ/ପେନସନଭୋଗୀ ସଂଘ ଏବଂ ୟୁନିୟନ, ସଙ୍ଗଠନ/ ପ୍ରତିଷ୍ଠାନ ସହ କର୍ମଚାରୀ, ପେନସନଭୋଗୀ ଓ ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ଠାରୁ ସ୍ମାରକପତ୍ର ଅଥବା ପ୍ରତିନିଧିତ୍ୱ ଆମନ୍ତ୍ରଣ ନିମନ୍ତେ ଏକ ଅନଲାଇନ ସଂରଚିତ ଫର୍ମାଟ ଉପଲବ୍ଧ କରାଇଛି।

ଅର୍ଥମନ୍ତ୍ରାଳୟ ଅନୁଯାୟୀ ସ୍ମାରକପତ୍ର ଦାଖଲ ନିମନ୍ତେ ସଂରଚିତ ଫର୍ମାଟ ‘ମାଇଁ ଜିଓଭି ଡଟ୍ ଇନ’ ପୋର୍ଟାଲରେ ମଧ୍ୟ ଉପଲବ୍ଧ ଅଛି। କମିଶନ ଅଂଶୀଦାରମାନଙ୍କୁ କେବଳ ଉପରୋକ୍ତ ପୋର୍ଟାଲରେ ସେମାନଙ୍କ ମତାମତ ଦାଖଲ କରିବାକୁ ଅନୁରୋଧ କରିଛନ୍ତି। ଏବାବଦେ କୌଣସି ହାର୍ଡ କପି, ଇମେଲ, ପିଡିଏଫ ଆଦି ଗ୍ରହଣୀୟ ହେବ ନାହିଁ। ୧୧ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀ ଅଷ୍ଟମ ବେତନ ଆୟୋଗର ଶୀଘ୍ର କାର୍ଯ୍ୟାନ୍ୱୟନକୁ ଅପେକ୍ଷା କରି ରହିଛନ୍ତି। ତଥାପି ୨୦୨୭ ଆର୍ଥିକ ବର୍ଷରେ ଦରମା ଓ ପେନସନବୃଦ୍ଧି ପୂର୍ଣ୍ଣ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ଉପୁଜିଛି।

ରିପୋର୍ଟ ଅନୁଯାୟୀ ପ୍ୟାନେଲକୁ ରିପୋର୍ଟ ଦାଖଲ ନିମନ୍ତେ ୧୮ ମାସ ସମୟସୀମା ଦିଆଯାଇଛି। ଏଣୁ ୨୦୨୭ ଆର୍ଥିକ ବର୍ଷରେ ଦରମା ଓ ପେନସନ ବୃଦ୍ଧିର ସମ୍ଭାବନା କମ ରହିଛି। ରିପୋର୍ଟସ ଅନୁସାରେ ଏପରି ପରିସ୍ଥିତିରେ ପ୍ୟାନେଲ ପ୍ରମୁଖ ଅଂଶୀଦାରମାନଙ୍କ ସହିତ ପରାମର୍ଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବେ ଏବଂ ୨୦୨୭ ମେ ମାସରେ ଶେଷ ହେଉଥିବା ସମୟସୀମା ପୂର୍ବରୁ ଏହାର ରିପୋର୍ଟ ଦାଖଲ କରିପାରିବେ।

ଯେତେବେଳେ ଏକ ନୂତନ ବେତନ କମିଶନ ସୁପାରିଶ କାର୍ଯ୍ୟକାରୀ ହୋଇଥାଏ ସେତେବେଳେ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ସହାୟତା (ଡିଆର) ପୁନଃ ସେଟ୍ କରାଯାଇଥାଏ ଓ ତା ପରେ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯାଇଥାଏ। ରିପୋର୍ଟରେ କୁହାଯାଇଛି ଯେ ଗତ ଅକ୍ଟୋବରରେ ଶେଷ ସଂଶୋଧନ ପରେ ମହଙ୍ଗା ଭତ୍ତା (ଡିଏ) ଓ ମହଙ୍ଗା ସହାୟତା (ଡିଆର) ୫୮%ରେ ଅଛି। ଯଦିଓ ଡିଏ ଏବଂ ଡିଆର ସମାୟୋଜନ ପରେ ସପ୍ତମ ବେତନ କମିଶନର ଆର୍ଥିକ ପ୍ରଭାବ କର୍ମଚାରୀଙ୍କ ଲାଗି ପ୍ରଭାବଶାଳୀ ବୃଦ୍ଧି କମ ଥିଲା ତଥାପି ଅଷ୍ଟମ ବେତନ କମିଶନଙ୍କ ଆର୍ଥିକ ପ୍ରଭାବ ବେଶ୍ ଅଧିକ ରହିପାରେ।