ଉର୍ଭିଲଙ୍କ ବିସ୍ଫୋରକ ବ୍ୟାଟିଂ, ମାତ୍ର ୨୮ ବଲ୍‌ରେ ଶତକ ପୁରା...

Published By : Prameya-News7 Bureau | November 27, 2024 IST

ଇନ୍ଦୋର ୨୭।୧୧ : ଉର୍ଭିଲ୍ ପଟେଲଙ୍କ ରେକର୍ଡ । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଗର୍ଜିଲା ଉର୍ଭିଲଙ୍କ ବ୍ୟାଟ୍‌ । ମାତ୍ର ୨୮ ବଲ୍‌ର ସାମ୍ନା କରି ହାସଲ କରିଛନ୍ତି ଶତକ । ଯେଉଁଥିରେ ୭ଟି ଚୌକା ଏବଂ ୧୧ଟି ଛକା ସାମିଲ ରହିଛି । 

ବୁଧବାର ଦିନ ଇନ୍ଦୋର କ୍ରିକେଟ୍‌ ଗ୍ରାଉଣ୍ଡରେ ଗୁଜୁରାଟ ଏବଂ ତ୍ରିପୁରା ମଧ୍ୟରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଏକ ମୁକାବିଲା ଖେଳାଯାଉଥିଲା । ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍‌ ଗୁଜୁରାଟ । ଜବାବରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୫ ରନ୍‌ ସଂଗ୍ରହ କରିଥିଲା ଟିମ୍‌ ତ୍ରିପୁରା । ୧୫୬ ରନ୍‌ର ବିଜୟ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ଗୁଜୁରାଟ ବ୍ୟାଟର । ଓପନର ଆରୟା ଦେଶାଇ ଏବଂ ଉର୍ଭିଲ୍‌ ପଟେଲ୍‌ ଦଳ ପାଇଁ ଦମ୍‌ଦାର ଆରମ୍ଭ କରିଥିଲେ । ମାତ୍ର ୯ ଓଭରରେ ଖେଳରେ ଦଳ ୧୫୦ ରନ୍‌ ପୂରଣ କରିଥିଲା । ଦଳ ମାତ୍ର ୧୧ ଓଭରର ଖେଳରେ ୧୫୬ ରନ୍‌ରେ ବିଜୟ ଟାର୍ଗଟକୁ ପୁରଣ କରିଥିଲା । ଦଳର ଏହି ବିସ୍ଫୋରକ ଖେଳର ମୁଖ୍ୟ ନାୟକ ଥିଲେ ଓପନର ଉର୍ଭିଲ ପଟେଲ୍‌ । ସେ ମାତ୍ର ୩୫ ବଲ୍‌ ଖେଳି ୧୧୩ ରନ୍‌ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଉର୍ଭିଲଙ୍କ ଏହି ଶତକୀୟ ପାରିରେ ୭ଟି ଚୌକା ଏବଂ ୧୨ଟି ଛକା ସାମିଲ ଥିଲା।  

ଟି-୨୦ କ୍ରିକେଟ୍‌ରେ ଉର୍ଭିଲଙ୍କ ଏହା ୨ୟ ଦ୍ରୁତତମ ଶତକ । ସେ ୨୮ ବଲ୍‌ରେ ଶତକ ହାସଲ କରିଛନ୍ତି । ଉର୍ଭିଲଙ୍କ ୨ୟ ସ୍ଥାନରେ ରହିଥିବା ବେଳେ ଆଷ୍ଟୋନିଆର ସାହିଲ ଚୌହ୍ୱାନ ରହିଛନ୍ତି । ସେ ସାଇପ୍ରସ ବିରୋଧରେ ଏକ ଘରୋଇ ମ୍ୟାଚ୍‌ ଖେଳି ୨୭ ବଲ୍‌ରେ ଶତକ ହାସଲ କରିଥିଲେ । ୨୦୨୪ରେ ଖେଳାଯାଇଥିଲା ଏହି ମ୍ୟାଚ୍‌ ।  

ଟି-୨୦ର ଦ୍ରୁତ ଶତକ ହାସଲ କରିଥିବା ବ୍ୟାଟର

ସାହିଲ ଚୌହ୍ୱାନ- ୨୭ ବଲ୍‌ରେ ଶତକ (୨୦୨୪ ସାଇପ୍ରସ ବିରୋଧରେ ଖେଳିଥିଲେ ଘରୋଇ ମ୍ୟାଚ୍‌)

ଉର୍ଭିଲ ପଟେଲ (ଗୁଜୁରାଟ)- ୨୮ ବଲ୍‌ରେ ଶତକ (୨୦୨୪ରେ ତ୍ରିପୁରା ବିରୋଧରେ ଏକ ଘରୋଇ ମ୍ୟାଚ୍‌)

କ୍ରିସ୍‌ ଗେଲ୍‌ (ଆର୍‌ସିବି)- ୩୦ ବଲ୍‌ରେ ଶତକ (୨୦୧୩ରେ ଆଇପିଏଲ୍‌ର ପୁଣେ ଓ୍ୱାରିୟର୍ସ ବିରୋଧ ମ୍ୟାଚ୍)

ରିଷଭ ପନ୍ଥ (ଦିଲ୍ଲୀ)- ୩୨ ବଲ୍‌ରେ ଶତକ (୨୦୧୮ରେ ହିମାଚଳ ପ୍ରଦେଶ ବିରୋଧରେ ରଣଜୀ ମ୍ୟାଚ୍‌)

ବିହାନ ଲୁମ୍ବେ (ନର୍ଥ-ଇଷ୍ଟ)- ୩୩ ବଲ୍‌ରେ ଶତକ (୨୦୧୮ରେ ଲିମ୍ପାପୋ ବିରୋଧରେ ଏକ ମ୍ୟାଚ୍)

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.