ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି, ସ୍ଥିତି ଉପରେ ନଜର ରଖିଛି ଶ୍ରମ ବିଭାଗ

NEWS7
upasana-gets-upset-after-seeing-her-husband-ramcharans-intimate-scenes

ଭୁବନେଶ୍ବର ୩।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଗୃହ ବିଭାଗ, ଶ୍ରମ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଭାବେ କାମ କରୁଛି । ବିଭିନ୍ନ ଦେଶରେ ଫସିଥିବା ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ୍ ଫ୍ରି ନମ୍ବର ହେଉଛି ୮୦୦୪୬୩୪୨ । ସେହିଭଳି ଜାରି କରାଯାଇଥିଲା ହ୍ୱାଟ୍ସଆପ୍ ନମ୍ବର ହେଉଛି ୯୭୧୫୪୩୦୯୦୫୭୧ ।

ଏ ଖବର ବି ପଢ଼ନ୍ତୁ:- ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ପ୍ରବଳ ଭିଡ଼, ଠେଲାପେଲାରେ ତଳେ ପଡ଼ିଗଲେ ମହିଳା ଓ ପୁରୁଷ ଭକ୍ତ

ଓଡ଼ିଶା ପରିବାର ସ୍ଵତନ୍ତ୍ର କାର୍ଯ୍ୟରତ ଅଧିକାରୀ ପ୍ରିତିଶ ପଣ୍ଡାଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ନମ୍ୱର ୯୫୮୩୩୨୧୯୬୪ ମଧ୍ୟ ସାର୍ବଜନୀନ ରହିଛି । ଶ୍ରମ ବିଭାଗ ସମ୍ପୂର୍ଣ୍ଣ ସ୍ଥିତି ଉପରେ ନିରୀକ୍ଷଣ ରଖିଛି । କେନ୍ଦ୍ର ସରକାରଙ୍କ ସହ ନିରନ୍ତର ଯୋଗାଯୋଗ ଚାଲିଛି । ଯେଉଁମାନେ ବି ଓଡ଼ିଆ ଅଛନ୍ତି ସମସ୍ତଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯିବ ବୋଲି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ।