Live Live
LIVE

ଦମଦାର ଇଞ୍ଜିନ ଏବଂ ଷ୍ଟାଇଲିଶ ଲୁକ୍ ସହ ଆସିଲା ଥାର୍ଡ ଜେନେରେସନ ରେନଲ୍ଟ ଡଷ୍ଟର, ରହିଛି ହାଇବ୍ରିଡ ସହ ୩ ଇଞ୍ଜିନ ଅପ୍ସନ

NEWS7
up-rudras-vs-bengal-tigers-sam-wards-late-reply-in-vain-as-tigers-beat-rudras-5-3

ନୂଆଦିଲ୍ଲୀ: ଦମଦାର ଇଞ୍ଜିନ ଓ ଷ୍ଟାଇଲିଶ ଲୁକ୍ ସହ ଲଞ୍ଚ ହେଲା ଥାର୍ଡ ଜେନେରେସନ ରେନଲ୍ଟ ଡଷ୍ଟର। ମଙ୍ଗଳବାର ରେନୋ ଇଣ୍ଡିଆ ଏହି ଥାର୍ଡ ଜେନେରେସନ ଡଷ୍ଟରକୁ ଭାରତରେ ଲଞ୍ଚ କରିଛି। ନୂଆ ଡଷ୍ଟର କେବଳ ଲୁକରେ ହିଁ ନୁହେଁ ବରଂ ଏହାର ଇଞ୍ଜିନ ବି ଖୁବ୍ ଶକ୍ତିଶାଳୀ । କମ୍ପାନି ପ୍ରଥମ ଥର ଏହି ମଡେଲରେ ଶକ୍ତିଶାଳୀ ହାଇବ୍ରିଡ୍ ଇଞ୍ଜିନ ଏବଂ ୨ ଟର୍ବୋ ଇଞ୍ଜିନ ଅପ୍ସନ ଦେଇଛି।

ରେନୋ ଡଷ୍ଟର ଡିଜାଇନ

କାରର ଡିଜାଇନ କଥା କହିଲେ, ନ୍ୟୁ ଜେନେରେସନ ଡଷ୍ଟରକୁ ସିଏମଏଫ- ବି ପ୍ଲାଟଫର୍ମରେ ତିଆରି କରାଯାଇଛି। ଏହି ପ୍ଲାଟଫର୍ମକୁ ଡେସିୟା, ରେନୋ ଏବଂ ନିସାନ ପକ୍ଷରୁ ଡେଭଲପ କରାଯାଇଛି। ନୂଆ ଡଷ୍ଟରର ଡିଜାଇନ ଗ୍ଲୋବାଲ ମାର୍କେଟରେ ବିକ୍ରି ହେଉଥିବା ମଡେଲ ଡେସିୟା ଭଳି।

ଏସୟୁଭିର ଫ୍ରଣ୍ଟରେ ବର୍ଗାକାର ଏଲଇଡି ହେଡଲାଇଟ୍ସ ଏବଂ ଗ୍ରିଲ ଉପରେ ବଡ଼ ଅକ୍ଷରରେ ଡଷ୍ଟର ବ୍ରାଣ୍ଡିଂ ଏହାକୁ ଦମଦାର ଲୁକ୍ ଦେଉଛି। ଭର୍ଟିକାଲ ଏୟାର ଇନଲେଟ ସହ ନୂଆ ଡିଜାଇନର ଫ୍ରଣ୍ଟ ବମ୍ପର ଏବଂ ସ୍କିଡସ ପ୍ଲେଟ୍ସ ରହିଛି। ବମ୍ପରରେ ସିଲଭର ସ୍କିଡ ପ୍ଲେଟ ଏବଂ ପିକ୍ସେଲ ଭଳି ଦେଖାଯାଉଥିବା ଫଗ ଲ୍ୟାମ୍ପସ ଦିଆଯାଇଛି। ସେହିଭଳି ଏଥିରେ ୧୮ ଇଞ୍ଚର ନୂଆ ଆଲଏ ହ୍ବିଲ ଏବଂ ମୋଟା ବଡି କ୍ଲାଡିଂ, ବର୍ଗାକାର ହ୍ବିଲ ଆର୍କ ଦିଆଯାଇଛି। ଯାହା ଏହାକୁ ଏକ ଦମଦାର ଅଫ୍ ରୋଡର ଲୁକ ଦେଉଛି। କାର ୫ ଏବଂ ୭ ସିଟ୍‌ ଅପ୍ସନରେ ଲଞ୍ଚ ହୋଇଛି। ସେହିଭଳି ବ୍ୟାକ୍ ସାଇଡରେ କନେକ୍ଟେଡ ଏଲଇଡି ଟେଲ ଲ୍ୟାମ୍ପ ଏବଂ ସ୍କିଡ ପ୍ଲେଟ ଦିଆଯାଇଛି।

ରହିଛି ଏହି ସବୁ ଆଡଭାନ୍ସ ଫିଚର୍ସ

କାରରେ ଗୁଗଲ ଓଏସ ସହ ଟଚ ସ୍କ୍ରିନ, ୭୦୦ ଲିଟରର ବୁଟ୍ ସ୍ପେଶ, ୩୬୦ ଡିଗ୍ରୀ କ୍ୟାମେରା, ୬ ଏୟାରବ୍ୟାଗ ସହ ୩୧ଟି ଷ୍ଟାଣ୍ଡାର୍ଡ ସେଫ୍ଟି ଫିଚର୍ସ ଏବଂ ୧୭ ଆଡଭାନସ ଡ୍ରାଇଭିଂ ଆସିଷ୍ଟ ସିଷ୍ଟମ (ADAS) ମଧ୍ୟ ମିଳିବ। ନୂଆ ଡଷ୍ଟରେ ଡବଲ ଲେୟାର ଡାସବୋର୍ଡ ଦିଆଯାଇଛି। ଏଥିରେ ହାଲୁକା ଏବଂ ଡାର୍କ ବ୍ଲାକ ଶେଡ ରହିଛି। ଟପ୍ ଭାରିଆଣ୍ଟରେ ଦୁଇଟି ଡିଜିଟାଲ ସ୍କ୍ରିନ ରହିଛି। ଯେଉଁଥିରେ ଡ୍ରାଇଭର ପାଇଁ ୭ ଇଞ୍ଚର ସ୍କ୍ରିନ ଏବଂ ଇନଫୋଟେନମେଣ୍ଟ ପାଇଁ ଗୁଗଲ OS ସହ ୧୦.୨୫ ଇଞ୍ଚ ଟଚ ସ୍କ୍ରିନ ରହିଛି।

ସେହିଭଳି ଟପ୍ ମଡେଲରେ ଓ୍ବାୟାରଲେସ ଚାର୍ଜିଂ ଏବଂ ଓ୍ବାୟାରଲେସ ଆଣ୍ଡ୍ରଏଡ ଅଟୋ ଏବଂ ଆପଲ କାରପ୍ଲେ କନେକ୍ଟିଭିଟି, ଅଟୋମେଟିକ କ୍ଲାଇମେଟ କଣ୍ଟ୍ରୋଲର ଏବଂ ୬ ସ୍ପିକର ସହ ଏକ ଆର୍କମିସ ୩ଡି ସାଉଣ୍ଡ ସିଷ୍ଟମ ରହିଛି।

Also Read: ଡାକ ବିଭାଗର ନୂଆ ଫିଚର୍ସ: ୨୪ ଘଣ୍ଟାରେ ଗ୍ୟାରେଣ୍ଟି ସହ ହେବ ପାର୍ସଲ ଡେଲିଭରି

କାରରେ ମିଳିବ ୩ ଇଞ୍ଜିନ ଅପ୍ସନ

ନୂଆ ରେନୋ ଡଷ୍ଟରରେ ୩ ଇଞ୍ଜିନ ଅପ୍ସନ ରହିଛି। ପ୍ରଥମଟି ମାଇଲ୍ଡ ହାଇବ୍ରିଡ ସହ ୧.୩ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ବିଶିଷ୍ଟ। ଯାହା ୧୬୦Ps ପାଓ୍ବାର ଏବଂ ୨୮୦Nm ଟର୍କ ଜେନେରେଟ କରିଥାଏ। ଟ୍ରାନ୍ସମିସନ ପାଇଁ ଏହି ଇଞ୍ଜିନ ସହ ୬ ସ୍ପିଡ ମାନୁଆଲ ଏବଂ ୬ ସ୍ପିଡ DCT ଅଟୋମେଟିକ ଗିୟରବକ୍ସ ଅପ୍ସନ ଦିଆଯାଇଛି। ଦ୍ବିତୀୟ ଭାରିଆଣ୍ଟ ୧ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି। ଯାହା ୧୦୦Ps ପାଓ୍ବାର ଏବଂ ୧୬୦Nmର ଟର୍କ ଜେନେରେଟ କରିଥାଏ। ଏହା ସହ ୬ ସ୍ପିଡ ମାନୁଆଲ ଟ୍ରାନ୍ସମିଶନ ଅପ୍ସନ ମଧ୍ୟ ମିଳିବ।ସେହିଭଳି ତୃତୀୟ ଭାରିଆଣ୍ଟ ୧.୮ ଲିଟରର ଷ୍ଟ୍ରଗ ହାଇବ୍ରିଡ ଇଞ୍ଜିନ ମଧ୍ୟ ରିହଛି। ଯାହା ୮ ସ୍ପିଡ DHT ଟ୍ରାନ୍ସମିଶନ ସହ ଆସିବ। ଦିପାବଳୀ ୨୦୨୬ ପର୍ଯ୍ୟନ୍ତ ଲଞ୍ଚ ହେବାକୁ ଥିବା ଏହି ଭର୍ଜନରେ ୧.୪ kWhର ବ୍ୟାଟେରୀ ଏବଂ ଇଲେକ୍ଟ୍ରିକ ମୋଟର ମିଳିବ। ଏହାର ସମୁଦାୟ ସିଷ୍ଟମ ଆଉଟପୁଟ ୧୬୦hp ହେବ।

କାରର ମୂଲ୍ୟ

ଏହାର ଏକ୍ସ ଶୋରୁମ୍ ମୂଲ୍ୟ ୧୦. ୨୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଟପ୍ ଭାରିଆଣ୍ଟର ମୂଲ୍ୟ ୧୮.୪୯ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାର ବୁକିଂ ଆରମ୍ଭ ହୋଇଛି। ଟର୍ବୋ ପେଟ୍ରୋଲ ଭାରିଆଣ୍ଟର ଡେଲିଭରି ଏପ୍ରିଲରୁ ଆରମ୍ଭ ହେବ। ହାଇବ୍ରିଡ ମଡେଲ ଦିପାବଳୀ ସମୟରେ ଉପଲବ୍ଧ ହେବ। କାର ହ୍ୟୁଣ୍ଡାଇ କ୍ରେଟା, ଟାଟା ସିଏରା, କିଆ ସେଲଟସ, ମାରୁତି ଭିକ୍ଟୋରିସ, ମାରୁତି ଗ୍ରାଣ୍ଡ ଭିତାରା, ଟୋୟୋଟା ହାଇରାଇଡରକୁ ଟକ୍କର ଦେବ।