ବିର୍ସାମୁଣ୍ଡାରେ ହକି ଇଣ୍ଡିଆ ଲିଗ୍; ୟୁପି ରୁଦ୍ରସକୁ ହରାଇ ବିଜୟ ଟ୍ରାକକୁ ଫେରିବା ଟାଇଗର୍ସ

Published By : Prameya-News7 Bureau | January 16, 2025 IST

ଭୁବନେଶ୍ୱର ୧୬।୧: ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗର ରୋମାଞ୍ଚ ଜାରି ରହିଛି । କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ହାରିବା ପରେ ଶ୍ରାଚୀ ରାହ ବେଙ୍ଗଲ ଟାଇଗର୍ସ ବିଜୟ ଟ୍ରାକକୁ ଫେରିଛି । ବୁଧବାର ଦଳ ୫-୨ ଗୋଲରେ ୟୁପି ରୁଦ୍ରସକୁ ପରାଜିତ କରିଛି । ପୂରା ମ୍ୟାଚ୍‌ରେ ବେଙ୍ଗଲ  ଟାଇଗର୍ସ ପ୍ରଭାବ ବିସ୍ତାର କରି ଖେଳିଥିଲା । ପ୍ରଥମ କ୍ୱାର୍ଟରରେ ୮, ୧୦ ଓ ୧୪ ମିନିଟରେ ଗୋଲ୍‌ ଦେଇ ୩-୦ରେ ଅଗ୍ରଣୀ ହାସଲ କରିଥିଲା ବେଙ୍ଗଲ ଟାଇଗର୍ସ । ଦ୍ୱିତୀୟ   କ୍ୱାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା । ହେଲେ ୩୩ ଓ ୪୬ ମିନିଟରେ ପୁଣି ଦଳ ଆଉ ୨ଟି ଗୋଲ୍‌ ଦେଇଥିଲା । 

ତେବେ ଅନ୍ତିମ କ୍ୱାର୍ଟରର ୪୭ ଓ  ୫୧ ମିନିଟରେ ୟୁପି ରୁଦ୍ରସ୍ ୨ଟି ଗୋଲ୍‌ ସ୍କୋର କରିଥିଲା ।  କିନ୍ତୁ ପରେ ଆଉ ଦଳ ଅଧିକ ସୁଯୋଗ ପାଇନଥିଲା । ଶେଷ ୯ ମିନିଟରେ ଟାଇଗର୍ସ  ମଧ୍ୟ ଏକାଧିକ ସୁଯୋଗ ସୃଷ୍ଟି କରିଥିଲା । ମାତ୍ର ଗୋଲ୍ ହୋଇନଥିଲା । ପରିଶେଷରେ ବେଙ୍ଗଲ ଟାଇଗର୍ସ ୫-୨ ଗୋଲରେ  ବିଜୟୀ ହୋଇ ପୂରା ପଏଣ୍ଟ ହାସଲ  କରିଥିଲା । ୬ଟି ମ୍ୟାଚ୍‌ରୁ ୪ଟି ବିଜୟ ସହ  ଦଳ ମୋଟ୍‌ ୧୨ ପଏଣ୍ଟ ପାଇ ଟେବୁଲର  ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.