ଆଦିତ୍ୟ ରୟ କପୁରଙ୍କ ଘରେ ପଶିଲେ ଅଜଣା ମହିଳା, ଥାନାକୁ ଉଠାଇ ନେଲା ପୋଲିସ

Published By : Prameya-News7 Bureau | May 28, 2025 IST

ମୁମ୍ଵାଇ ୨୮।୦୫; ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର। ତାଙ୍କ ଘରେ ପଶିଲେ ଅଜଣା ମହିଳା । ବାନ୍ଦ୍ରାସ୍ଥିତ ବାସଭବନରେ ମିଛ କହି ଜଣେ ଦୁବାଇର ମହିଳା ତାଙ୍କ ଘରେ ପଶିଥିଲେ । ପୋଲିସ ଖବର ପାଇଁ ମହିଳାଙ୍କୁ ଧରିକି ଥାନାକୁ ଆଣିଥିଲା  । ତେବେ ସେ କାହିଁକି ପଶିଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ଯାଇଥିଲେ ଏନେଇ ପୋଲିସ ପକ୍ଷରୁ ଅଧିକ ପଚରା ଉଚରା କରାଯାଉଛି ।

ପୋଲିସ ସୂତ୍ର ଅନୁଯାୟୀ ସୋମବାର ସଂନ୍ଧ୍ୟା ୬ଟା ସମୟରେ ମହିଳା ଜଣକ ଆଦିତ୍ୟଙ୍କ ଘରର ଗେଟ୍ ପାଖରେ ଛିଡ଼ା ହୋଇଥିଲେ । ସିକ୍ୟୁରିଟିଙ୍କୁ ପଚାରିଥିଲେ କି, ଏହା ଆଦିତ୍ୟଙ୍କ ଘର କି ? ଆଉ ହଁ ମାରିବା ପରେ କହିଥିଲେ କି, ମୁଁ କିଛି ପୋଷାକ ଦେବା ପାଇଁ ଆସିଛି । ଘରର ସହାୟକ ତାଙ୍କ ଘର ଭିତରକୁ ନେଇଥିଲେ । ମାତ୍ର ସେହି ସମୟରେ ଆଦିତ୍ୟ ସୁଟିଂରେ ଥିଲେ । 

ଯେତେବେଳେ ଆଦିତ୍ୟ ସୁଟିଂରୁ ଫେରିଲେ ତାଙ୍କୁ ଘରର ସହାୟକ କହିଥିଲେ କି, କେହି ଜଣେ ମହିଳା ପୋଷାକ ନେଇ ଆସିଛନ୍ତି । ଏହାଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ । କହିଥିଲେ କି, ମୁଁ କାହାକୁ କହିନି କି ଜାଣିନି । ଯେତେବେଳେ ତାଙ୍କୁ ଚାଲିଯିବାକୁ କୁହାଗଲା, ସେ ମନା କରିଦେଲେ ଏବଂ କହିଲେ ଯେ ସେ ସବୁଦିନ ପାଇଁ ସେଠାରେ ରହିବେ। ଏହାପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମହିଳାଙ୍କୁ ପଚରା ଉଚରା କରୁଥିବାବେଳେ ସେ କହିଛନ୍ତି କି, ମୁଁ ଦୁବାଇରୁ ଆସିଛି । ଆଦିତ୍ୟଙ୍କୁ ଦେଖା କରିବାକୁ ଆସିଛି । ମୁଁ ଆଦିତ୍ୟ ରାୟ କପୁରଙ୍କ ଜଣେ ବଡ଼ ପ୍ରଶଂସକ। ମୁଁ ତାଙ୍କୁ ଭେଟିବା ପାଇଁ ବିମାନରେ ମୁମ୍ବାଇ ଆସିଥିଲି। ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା।" 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.