ସୋନପୁର ୨୪।୪: ଚଳିତ ନିର୍ବାଚନ ପ୍ରଚାର ଲାଗି ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲାକୁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଚଳଚଞ୍ଚଳ ରହିଛି ବିଜେପି ଶିବିର । ସୋନପୁର ସହର ସ୍ଥିତ ରାମେଶ୍ବର ଷ୍ଟାଡିୟମରେ ଅମିତ ଶାହ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗୁରୁବାର ଦିନ ୩ଟା ସମୟରେ ସୋନପୁର ସହର ସ୍ଥିତ ରାମେଶ୍ବର ଷ୍ଟାଡିୟମରେ ପହଞ୍ଚିବେ ଅମିତ ଶାହ ।
ସୁବର୍ଣ୍ଣପୁର ଜିଲ୍ଲାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପ୍ରସ୍ତୁତିକୁ ନେଇ ସ୍ଥାନୀୟ ଏକ ଗେଷ୍ଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପ ସଭାପତି ଗୋଲକ ବିହାରୀ ମହାପାତ୍ର ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପାରଗତା ଉପରେ ବର୍ଷିଛନ୍ତି । ଓଡ଼ିଶାର ମା’, ମାଟି, ମାତୃଭାଷା ଓ ଓଡ଼ିଆ ଅସ୍ମିତାର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ଓ ନବୀନ ପଟ୍ଟନାୟକଙ୍କୁ ଚେକ୍ ଦେବା ପାଇଁ ଏ ବୀର ମାଟି ସୋନପୁରରୁ ପ୍ରଥମେ ପ୍ରଚାର ମଇଦାନକୁ ଓହ୍ଲାଇବେ ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେ କହିଛନ୍ତି ।
You Can Read :
ଜନସଭାରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ, କହିଲେ- ହିଞ୍ଜିଳି ଓ ଶେରଗଡ଼ ଆଜି ବିକାଶର ନୂଆ ମଡେଲ